10/MAY/2022
📌
BY: SRINIBASH ROUT
ରାଜଧାନୀ ରେ ଟ୍ରାଫିକ୍ ପୋଲିସ୍ ର ବଡ଼ ଧରଣର ଅଟୋ ଡ୍ରାଇଭ୍ ।ରାଜଧାନୀ ଭୁବନେଶ୍ବର ଟ୍ରାଫିକ୍ ପୋଲିସ ଉପଯୁକ୍ତ କାଗଜପତ୍ର ନଥାଇ ଚଳାଚଳ କରୁଥିବା ୨୭ଟି ଅଟୋକୁ ଜବତ୍ କରିଛି। ଦୁଇ ଦିନ ମଧ୍ୟରେ ସବୁ ଗାଡ଼ିକୁ ଜବତ୍ କରିଛି ଟ୍ରାଫିକ୍ ଥାନା ପୋଲିସ ।ଟ୍ରାଫିକ୍ ଥାନା-୧ ଏବଂ ୨ ପକ୍ଷରୁ ରାଜଧାନୀର ୧୫ରୁ ଅଧିକ ସ୍ଥାନରେ ଯାଞ୍ଚ୍ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବା ୨୭ଟି ଅଟୋକୁ ଜବତ୍ କରାଯାଇଛି ବୋଲି ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି। ଅଟୋଗୁଡ଼ିକ ସମସ୍ତ କାଗଜପତ୍ର କରାଇବା ପରେ ସେମାନଙ୍କୁ ୫ଶହ ଟଙ୍କା ଜୋରିମାନା କରାଯାଇ ଛଡ଼ାଯିବ। ଯେଉଁମାନେ କାଗଜପତ୍ର ନକରିବେ, ସେମାନଙ୍କ ଅଟୋକୁ ସିଜ୍ କରାଯାଇ କୋର୍ଟକୁ ହସ୍ତାନ୍ତର କରାଯିବ।
ଏହି ସ୍ବତନ୍ତ୍ର ଡ୍ରାଇଭ୍ ଆସନ୍ତା ୧୫ଦିନ ଯାଏ ଚାଲିବ ବୋଲି ଏସିପି ଶ୍ରୀ ପଣ୍ଡା କହିଛନ୍ତି। ଯାଞ୍ଚ୍ ସମୟରେ ଅଟୋର ଇନ୍ସ୍ୟୁରାନ୍ସ ଠାରୁ ଆରମ୍ଭ କରି ଫିଟ୍ନେସ୍, ଚାଳକଙ୍କ ଲାଇସେନ୍ସ, ପ୍ରଦ୍ୟୁଷଣ ସାର୍ଟିଫିକେଟ୍ ଆଦିକୁ ଗୁରୁତ୍ବ ଦିଆଯାଇଛି। ଅଟୋର ଅତିକମ୍ରେ ଏହି ୫ଟି କାଗଜପତ୍ର ଠିକ୍ ଥିବା ଦରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଅଟୋକୁ ଜବତ୍ କରାଯିବ। ଆଉ ଏଥିପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ କରାଯିବ। ଜବତ୍ ୨୭ଟି ଅଟୋର କାଗଜ ପତ୍ର ଯାଞ୍ଚ୍ ଚାଲିଛି।
ଅଟୋଗୁଡ଼ିକ କାଗଜପତ୍ର ଠିକ୍ ନ ରଖି ଯାତ୍ରୀ ବସାଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥାଏ ।ତେଣୁ ଅଟୋ ଗୁଡ଼ିକର ଫିଟନେସ୍ ଯାଞ୍ଚ୍ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ୍ କରାଯାଉଛି ।
ରାଜଧାନୀରେ ଲୋକଙ୍କ ଠାରୁ ବଳି ଗଲାଣି ଅଟୋ ସଂଖ୍ୟା ।ଅଟୋଗୁଡ଼ିକ ବେଆଇନ୍ ପାକିଂ ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ଟ୍ରାଫିକ୍ ଜାମ୍ ଦେଖାଯାଉଛି।
https://socialnewsodiaofficial.blogspot.com
0 Comments