21/MAY/2022
📌
BY: SRINIBASH ROUT
ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ଲାଗି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ନାମ ସୁପାରିସ ହୋଇଥିବା ଜଣାପଡ଼ିଛି। ଏଆଇସିସି ସୂତ୍ର ଅନୁଯାୟୀ ଗୁରୁବାର ସଂଧ୍ୟାରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଘୋଷଣା ଲାଗି ଶ୍ରୀ ପଟ୍ଟନାୟକଙ୍କ ନାମ ଅନୁମୋଦନ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଫାଇଲ ପଠାଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ଅନୁମୋଦନ ପରେ ତାଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ। ତେବେ ଚଳିତ ଥର ଜଣିକିଆ ନାମ ସୁପାରିସ ହୋଇଥିବା ଜଣାପଡ଼ିଛି। ପ୍ରଥମେ ପିସିସି ସଭାପତି ନାମ ଘୋଷଣା ଏବଂ କିଛି ଦିନ ପରେ କାର୍ଯ୍ୟକାରୀ ସଭାପତି ନାମ ଘୋଷଣା ସମ୍ଭାବନା ରହିଛି।
ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସ ଚିନ୍ତନ ଶିବିର ସମାପ୍ତ ପରେ ଗୁରୁବାର ଅପରାହ୍ନ ୩ଟାରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ଼ ଚେଲାକୁମାରଙ୍କ ମଧ୍ୟରେ ୩୦ ମିନିଟ୍ ଧରି ନୂତନ ପିସିସି ସଭାପତି ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଶ୍ରୀ ଭେନୁଗୋପାଳ ନୂତନ ପିସିସି ସଭାପତି ନାମ ଅନୁମୋଦନ ସମ୍ପର୍କିତ ଫାଇଲ୍ କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟକୁ ପଠାଇଥିଲେ। କଂଗ୍ରେସ ସୂତ୍ର ଅନୁସାରେ ଯେକୌଣସି ସମୟରେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ନାମ ଘୋଷଣା ହୋଇପାରେ। ଯଦି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୁଏ ତେବେ ସେ ଦ୍ୱିତୀୟ ଥର ଲାଗି ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ।
https://socialnewsodiaofficial.blogspot.com
0 Comments