1/june2022


📌


BY: SRINIBASH ROUT

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ୬୨ ବର୍ଷୀୟ ଅଵସରପ୍ରାପ୍ତ ସେନା କର୍ମଚାରୀ ଗିରଫ। ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଗିରଫ ଅଭିଯୁକ୍ତଙ୍କ ନାମ ରାଜ କିଶୋର ବେହେରା ।ସୂଚନା ଅନୁଯାୟୀ, ନାବାଳିକା ଜଣକଙ୍କ ପଡୋଶୀ ରାଜ କିଶୋରଙ୍କ ଘରକୁ କଦଳୀ ଆଣିବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଅବସରପ୍ରାପ୍ତ ସେନା କର୍ମଚାରୀ ଅସଦାଚରଣ କରିଥିଲେ। ନାବାଳିକା ଜଣକଙ୍କ ଘରକୁ ଫେରି ପରିବାର ଲୋକଙ୍କ ନିକଟରେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଏନେଇ ବରମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ରାଜ କିଶୋରଙ୍କୁ ଗିରଫ କରିଛି।



https://socialnewsodiaofficial.blogspot.com