25/MAY/2022


📌


BY: SRINIBASH ROUT

ରାୟଗଡା ଜିଲ୍ଲା ଗୁଣୁପୁରରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି ।ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ ।ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜାକୋବ ମାଝୀ (୩୫) ଏବଂ ପଦମାନ କଡରାକା (୫୫) । ଆସନ୍ତାକାଲି ଅର୍ଥାତ୍ ବୁଧବାର ୨୫ ତାରିଖ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି। ଏ ନେଇ ବନ ବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଓପୋ ମୋବାଇଲ୍ ଜବତ୍ ହୋଇଥିବା ବେଳେ ଦୁଇଚି ହାତୀ ଦାନ୍ତର ଦାନ୍ତର ଓଜନ ୩ କିଲୋ ୭୦ ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବା ୭୦ ସେଣ୍ଟିମିଟର ୩ ଏବଂ ଓସାର ୨୨ ସେଣ୍ଟିମିଟର ରହିଛି ।ସେହିପରି ଆଉ ଏକ ଦନ୍ତା ହାତୀର ଦାନ୍ତ ଓଜନ ୩ କିଲୋ ୩୧୦ ଗ୍ରାମ ରହିଥିବା ବେଳେ ଲମ୍ବା ୮୦ ସେଣ୍ଟିମିଟର ଏବଂ ଓସାର ୨୩ ସେଣ୍ଟିମିଟର ରହିଛି।


ଏହି ଯୋଜନା ବଦ୍ଧ ଚଢାଉରେ ଗୁଡାରୀ ବନ୍ୟଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର , ବନପାଲ ଶ୍ରୀ ନରେନ୍ଦ୍ର କୁମାର ,ଗମାଙ୍ଗ, ଚନ୍ଦ୍ର ଶେଖର ସାହୁ, ଫରେଷ୍ଟ ଗାର୍ଡ ସୀମାଞ୍ଚଳ ପଟ୍ଟନାୟକ, ପ୍ରଭାତ ବେହେରା, କାମଦେବ ଶବର , ପାରା ଷ୍ଟାଫ ତପସ୍ୱିନୀ କର ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।


ଉଲ୍ଲେଖଯୋଗ୍ୟ, ଗତକାଲି ଅର୍ଥାତ୍ ସୋମବାର ୨୪ ତାରିଖ ଏସଟିଏଫ ଗୁଣୁପୁରରୁ ଏକ ବାଘ ଛାଲ ଜବତ୍ କରିଥିଲା। ଏହି ମାମଲାରେ ଜଣେ ଗିରଫ ହୋଇଛି।



https://socialnewsodiaofficial.blogspot.com