01/June/2022


📌


BY: SRINIBASH ROUT 

ଦୁଇ ବର୍ଷର ପୁଅ ଉପରେ ସାଇକେଲ ପଡ଼ି ଖଣ୍ଡିଆ ହେବାରୁ ତାକୁ ପରିବାର ଲୋକେ ପ୍ରଥମେ ଜୟପୁର ଡ଼ାକ୍ତର ଖାନାରେ ଚିକିସ୍ଚା କରିଥିଲେ। କିଛି ଦିନ ପର୍ଯ୍ୟନ୍ତ ଘରେ ଡ଼ାକ୍ତରଖାନା ଔଷଧ ମଲମ ଲଗେଇବା ପରେ ମଧ୍ୟ ଗୋଡରେ ହୋଇଥିବା ଘା ନସୁଖିବାରୁ କୋରାପୁଟ ଜିଲ୍ଲା ମେଡ଼ିକାଲ କଲେଜକୁ ଆଣିଥିଲେ। ସେଠାରେ ୭ଦିନ ଚିକିସ୍ଚା କରିବା ପରେ ଏଠି ଭଲ ହେବନି ଶିଶୁଟିକୁ ବ୍ରହ୍ମପୁର ନେଇଯାଅ ବୋଲି କୋରାପୁଟ ମେଡ଼ିକାଲ କଲେଜରେ ଚିକିତ୍ସା କରୁଥିବା ଜଣେ ଡ଼ାକ୍ତର କହିଥିବା ଶିଶୁଟିର ପିତା ମାଝି ସାଉନ୍ତା କହିଛନ୍ତି। ଡ଼ାକ୍ତରଙ୍କ ମୁହଁରୁ ଏଭଳି କଥା ଶୁଣି ପିଲାଟିର ପରିବାର ବର୍ଗ ପୁରା ଚିନ୍ତାରେ ପଡ଼ି ଜାଇଥିଲେ। କ'ଣ କରିବେ କେମିତି ଚିକିତ୍ସା କରିବେ ବୋଲି ଭାବି ଭାବି କୋରାପୁଟ ଡ଼ାକ୍ତରଖାନା ଛାଡ଼ିଥିଲେ। ଡ଼ାକ୍ତରଖାନା ଛାଡ଼ିବା ପରେ ଅର୍ଥ ଅଭାବରୁ ବ୍ରହ୍ମପୁର ଯିବା ପରିବର୍ତେ ଲକ୍ଷ୍ମୀପୁର ବ୍ଲକ୍ ଡକଣା ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କିୟ ଦାଦା ଅଙ୍କ ମାଣ୍ଡିଙ୍ଗାଙ୍କ ଘରକୁ ଦେଶି ଚିକିତ୍ସା କରିବାକୁ ନେଇ ଆସିଥିଲେ। ବର୍ତ୍ତମାନ ପିଲାଟିର ଅବସ୍ଥାରେ କିଛି ପରିବର୍ତ୍ତନ ଆସି ନଥିବା ବେଳେ ପରିବାର ବର୍ଗ ଚିନ୍ତାରେ ପଡ଼ି ଯାଇଛନ୍ତି ।


ଗରିବ ଆଦିବାସି ପରିବାର ପାଖରେ ପଇସା ନାହିଁ। କେମିତି ଜିବେ ବ୍ରହ୍ମପୁର ତାହା ଭାବି ପାରୁ ନାହାନ୍ତି। ତେଣୁ ପିଲାଟିର ଜିବନ ବଞ୍ଚାଇବାକୁ ହେଲେ ଏଠି ପ୍ରସାସନର ନଜର ପଡ଼ିବା ନିହାତି ଦରକାର ହୋଇପଡ଼ିଛି। ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ବେଳେ କେଉଁ ଯୋଜନା ରେ ଶିଶୁଟିର ଚିକିତ୍ସା ସକାଶେ ପ୍ରଶାସନ ଗୁରୁତ୍ବ ଦେବ ତାହା ଦେଖିବାକୁ ଅପେକ୍ଷା ।



https://socialnewsodiaofficial.blogspot.com