16/MAY/2022


📌


BY: SRINIBASH ROUT

ସରକାର ଶିଶୁ ଶ୍ରମିକଙ୍କୁ ସୁରକ୍ଷା ଦେବା ପାଇଁ ଆଇନ୍ ପ୍ରଣୟନ କରିଛନ୍ତି ।ଆଉ ରୋକ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ହେଲେ ଆଇନ୍ କୁ ଫୂ କରି ଖୁଲମ ଖୁଲା ଭାବେ କେନ୍ଦୁପତ୍ର ଫଡ଼ି ହେଉ ରାସ୍ତା କାମ ଆଦିରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରୁ ଥିବା ଅଭିଯୋଗ ହେଉଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ କେନ୍ଦୁପତ୍ର ଡ଼ିଭିଜନ ର ଗୋଛାପଡା ରେଞ୍ଜ କାଶୀନପଦର ଫଡ଼ି ରେ ।ଶିଶୁ ମାନଙ୍କୁ ସ୍କୁଲ୍ ନ ପଠାଇ ଅଭିଭାବକ ମାନେ ଅର୍ଥ ଲୋଭରେ ଫଡ଼ିରେ ନିୟୋଜିତ କରୁଥିବା ଦେଖାଯାଉଛି ।ସେମାନେ ପ୍ରତିଦିନ କେନ୍ଦୁପତ୍ର ସୁଖାନ୍ତି ଆଉ ଫଡ଼ି ଭିତରେ ସାଇଜ କରି ଥାକ କରି ରଖନ୍ତି ।ତେବେ ବାପା/ମା ମାନେ କେନ୍ଦୁ ପତ୍ରଫଡ଼ିକୁ ପତ୍ର ଆଣୁଥିବା ରୁ ପିଲାମାନଙ୍କ ସ୍କୁଲ୍ ସକାଳ ୯ ଟା ରେ ଛୁଟି ହୋଇଯାଉଥିବାରୁ ସେମାନେ ବାପା/ମା ଙ୍କ ସହ ଫଡ଼ିରେ ମିଶି କାମ କରୁଥିବା କହିଛନ୍ତି ବିଭାଗ କର୍ମଚାରୀ ।ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉନଥିବା ସେ କହିଛନ୍ତି ।ତେବେ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମନା କୁ ଆସିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।



https://socialnewsodiaofficial.blogspot.com