19/MAY/2022


📌


BY: SRINIBASH ROUT

ନିମ୍ନମାନର କାର୍ଯ୍ୟ ହେତୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ଏକ ନବ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଫାଟିଯାଇଥିବାର ଅଭିଯୋଗ ହୋଇଛି ।ଏହାର ତଦନ୍ତ ଦାବି ହୋଇଛି ।କଟିକଟା ଗ୍ରାମ ପଞ୍ଚାୟତ ସିସି ରାସ୍ତାଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ୮ କି.ମି ରାସ୍ତାକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଥିଲା ।ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା ।ଏହି ରାସ୍ତାର ୮ କି.ମି ଦୈର୍ଘ୍ୟ ମଧ୍ୟରୁ ୬.୨୫୦ କି.ମି ପିଚୁ ରାସ୍ତା ଓ ୧.୬୫୦କି.ମି ଢଳେଇ ରାସ୍ତା କରାଯାଇଥିଲା ।ଏହି ରାସ୍ତା ଅଟକଳ ଅନୁଯାଇ ନିର୍ମାଣ କରାଯାଇ ନଥିଲା ।ରାସ୍ତା ନିର୍ମାଣରେ ଠିକାଦାର ମନମୂଖି ଭାବେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରିଥିଲେ ।ନିମ୍ନମାନର ସାମଗ୍ରୀ ବ୍ୟବହାର ହେତୁ ରାସ୍ତା ନିର୍ମାଣର ମାତ୍ର ଅଳ୍ପଦିନ ପରେ ଏହି ରାସ୍ତାର ପିଚୁ ଅଂଶ ଫାଟି ଯାଇଥିବାର ଅଭିଯୋଗ ହୋଇଛି ।ଫଳରେ ଏହି ରାସ୍ତା ଦେଇ ଲୋକେ ଗମନା ଗମନ କରିବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।ଏସମ୍ପର୍କରେ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସ ଙ୍କୁ ପଚାରିବାରୁ ଏହି ରାସ୍ତା ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।ତେବେ ଏହି ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ତୁରନ୍ତ ଠିକା ସଂସ୍ଥା ଫାଟି ଥିବା ରାସ୍ତାକୁ ସ୍ଥାୟୀ ଭାବେ ମରାମତି କରିବା ଦିଗରେ ପଦକ୍ଷେପ ନେଉ।



https://socialnewsodiaofficial.blogspot.com