08/MAY/2022


📍


BY: SRINIBASH ROUT

ଆଜି ବିଶ୍ବ ମାତୃ ଦିବସ ।ଏହି ଅବସରରେ କେବଳ ଏତିକି କୁହାଯାଇପାରେ ଯେ, ମା' ଥାଏ ଯେଉଁଠି ମମତାର ସୁରକ୍ଷା କବଚ ଥାଏ ସେଇଠି ।ସନ୍ତାନର ପ୍ରତିଟି ସମସ୍ୟା ଓ ଅସୁବିଧାରେ ପରାମର୍ଶଦାତା ପରି ହେଉ ଅବା ସାଙ୍ଗଟିଏ ପରି ଦୁନିଆ ସହ ବଢ଼ିଯାଉଥିବା ମଣିଷଟି ହେଉଛି ମା' ।ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ, ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଆୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। 


ମା' ପାଇଁ ନୁହେଁ ଗୋଟିଁଏ ଦିନ ସିଏ ସନ୍ତାନ ପାଇଁ ସାରା ଜୀବନର ଅମୂଲ୍ୟ ରତ୍ନଟିଏ । ଦଶମାସ ର ଯନ୍ତ୍ରଣା ସହି ଜନ୍ମ ଦେଉଥିବା ମା' ସନ୍ତାନକୁ ଛାତିରେ ଲଗାଇ ଦୁନିଆକୁ ବୁଝିବା ଓ ପ୍ରତିଟି ସମୟରେ ସମାଜ ପ୍ରତି ନିଜ କର୍ତ୍ତବ୍ୟକୁ ବୁଝାଇବାରେ ସବୁବେଳେ ଆଗଭର ।କୁନି ହାତ ଧରି ଚାଲିବା ଆରମ୍ଭ କରାଇଥିବା ମା' ତା ଶିକ୍ଷାରେ ସନ୍ତାନକୁ ବଡ଼ ବଡ଼ ବିପତ୍ତିର ସମାଧାନ ରାସ୍ତା ଦେଖାଇ ଦିଏ ।ନିଜ ଭୋକ ଓ ଇଚ୍ଛାକୁ ସନ୍ତାନ ପାଇଁ ସମର୍ପି ଦେଉଥିବା ମା' ଆତ୍ମନିର୍ଭର ହୋଇ ସମାଜ ସମୃଦ୍ଧ କରିବାରେ ଏକ ଜ୍ବଳନ୍ତ ଉଦାହରଣ ହୋଇଥାଏ ।ସନ୍ତାନର ଖୁସି ଓ ବିଜୟରେ ମା' ହିଁ କୃତି ଅର୍ଜନ କରେ ।ସନ୍ତାନ ଶିକ୍ଷା, ସଂସ୍କାର ଓ ତାର ସ୍ବାଭିମାନରେ ସମୃଦ୍ଧ ହେଉଥିଲେ ମା'ର ବଳିଦାନକୁ କେବେ ନ ପାସୋରି ସ୍ବତନ୍ତ୍ର ସମୟ ଦେଇ ମନ କଥା ବୁଝିବା ଉଚିତ୍ ।ସନ୍ତାନ ବଡ଼ ହେବା ସହ ମା' ସୁଖଦୁଃଖ, ଭଲମନ୍ଦର ସହଭାଗିନୀ ହୋଇଯାଏ। ମା' କୋଳ ନୁହେଁ ଜନ୍ମ ଶଯ୍ୟା ଅଚିନ୍ତା ସରଗଟିଏ ମା' ପଣତକାନି ।ବିପଦରେ ଘଣ୍ଟ ଘୋଡେଇ ରଖେ ।ତାର ଦିଅଁ ଦେବତାଙ୍କ ପାଖେ କେତେ ଯାଚନା ଓ କେତେ ମାଗୁଣି ।


ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ। ମାତୃଦିବସକୁ ଲୋକପ୍ରିୟ କରିବା ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ। ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ସେ ଦେଖୀଲେ ଯେ, ପିଲାମାନେ ସେମାନଙ୍କ ମା’ଙ୍କ ଅବଦାନକୁ ଭୁଲିଯାନ୍ତି। ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ। ସେ ଚାହୁଁଥିଲେ ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହେବ। 


ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଘୋଷଣା କରିଥିଲା। ଆମରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିଦିନରୁ ମାତୃଦିବସ ପାଳନ କରାଯାଉଛି। ଆନ୍ନା ମାତୃ ଦିବସରେ ମାଆଙ୍କୁ ଉପହାର ଦେବା ସପକ୍ଷରେ ନଥିଲେ। ବରଂ ମା’ଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ଉଚିତ୍ ବୋଲି ସେ କହୁଥିଲେ। ଭାରତରେ ମଧ୍ୟ ଗତ କିଛି ବର୍ଷ ହେଲାଣି ମାତୃ ଦିବସ ପାଳନ କରାଯାଉଛି। 


ଆପଣମାନେ ବି ଆଜିର ଦିନକୁ ଧରାବତର କରି ପାଖରେ ରହୁଥିବା ମମତାମୟୀ ଦେବୀଙ୍କୁ ସେମିତି କିଛି ଉପହାରରେ ଆନନ୍ଦ କରାନ୍ତୁ ।ଦୁନିଆର ସବୁ ମା'ଙ୍କୁ ଭୂମିଷ୍ଠ ପ୍ରଣାମ !



https://socialnewsodiaofficial.blogspot.com