18/MAY/2022
📌
BY: SRINIBASH ROUT
ଜୁଆଆଡ୍ଡାରେ ପୋଲିସର ଚଢ଼ାଉ ।ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ୍ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା ।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।ଫଳରେ ପୋଲିସ ଗୋଳାମୁଣ୍ଡା ଥାନା ଅଞ୍ଚଳରେ ଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ୮ ଟି ବାଇକ୍, ୪ଟି ମୋବାଇଲ୍ ଫୋନ୍, ୯୫ ହଜାର ଟଙ୍କା ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଛି ।ଏନେଇ ଗୋଲାମୁଣ୍ଡା ଥାନା କେଶ୍ ନଂ. ୯୦/୨୦୨୨ ୩ଓପିଜି ଆଇନ୍ ରେ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଚିଚୈଗୁଡା ର ପ୍ରକାଶ ଚନ୍ଦ୍ର ମେହେର(୫୬), ସାନଚେରଗାଁର ଅନନ୍ତ ସାହୁ (୩୯), କଗୋଁ ର ନବ ପୁଟେଲ (୪୨), ସିନାପାଲିର ଦେବେନ୍ଦ୍ର କଟା, ଲିମସେର ଗାଂର ନୃପରାଜ ମେହେର ଓ ଅରକ୍ଷିତ ମେହେରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ଗିରଫ ସୂଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଏହି ଜୁଆ ଖେଳ ଚାଲୁଥିଲା ।ଏନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ଅର୍ଥାତ୍ ଘୋଟିଆ ଗାଁର ।
https://socialnewsodiaofficial.blogspot.com
0 Comments