28/MAY/2022
📌
BY: SRINIBASH ROUT
ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।ଆସନ୍ତା ୩୧ରେ ହେବ ନିର୍ବାଚନ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ କିପରି ଭାବେ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ସରିବ ଏନେଇ ଡ଼ିଜିପି ସୁନିଲ କୁମାର ବଂଶଲ ସମୀକ୍ଷା କରିଛନ୍ତି ।ଗୁଇନ୍ଦା ନିର୍ଦ୍ଦେଶକ, ଆଇନ୍ ଶୃଙ୍ଖଳା ଏଡ଼ିଜି ଏବଂ ଝାରସୁଗୁଡ଼ା ଏସପିଙ୍କ ସହ ଡ଼ିଜିପି ସମୀକ୍ଷା ବୈଠକ କରିଛନ୍ତି ।ଉପନିର୍ବାଚନ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡ଼ିଜିପି ।ନିର୍ବାଚନକୁ ମୁକ୍ତ, ନିରପେକ୍ଷ ସ୍ବଚ୍ଛ, ଏବଂ ଘଟଣା ମୁକ୍ତ ନିର୍ବାଚନ ଉପରେ ଡ଼ିଜିପି ବୈଠକରେ ଗୁରୁତ୍ବାରୋପ କରିଥିଲେ। ନିର୍ବାଚନ ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି ଲାଗୁ କରିବା ଏବଂ ପୋଲିସର ବ୍ୟବସ୍ଥା ତଥା ଭିଭିଆଇପି ପରିଦର୍ଶନ ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ECI ନିର୍ଦ୍ଦେଶାବଳୀ ପାଳନ କରିବା ଉପରେ ସେ ଗୁରୁତ୍ବରୋପ କରିଥିଲେ ।ବୈଠକରେ ଏଡ଼ିଜିପି ଆଇନ୍ ଶୃଙ୍ଖଳା ଆରକେ ଶର୍ମା ନିର୍ବଚନ ମଣ୍ଡଳୀର ତମାମ ସୁରକ୍ଷା ବଳୟକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।ବିଜେଡ଼ି, ବିଜେପି, କଂଗ୍ରେସକୁ ମିଶାଇ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ ।ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ୍ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।ମୋଟ୍ ୨୭୯ ବୁଥରେ ମତଦାନ ହେବ ।ଏଥିରେ ୫ଟି ପିଙ୍କ୍ ବୁଥ ରହିଛି ।
ନିର୍ବାଚନରେ ୧୨ ପ୍ଲାଟୁନ୍ ପୋଲିସ ମଧ୍ୟ ମୂତୟନ ହେବେ ।ଏହା ଛଡ଼ା ୨୫ ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୬ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ୧୦ ଏସଏସଟି ସହ ଜିଲ୍ଲା ପୋଲିସ ମୁତୟନ ରହିବେ ବୋଲି ସୁଚନା ଦେଇଛନ୍ତି ଡ଼ିଜିପି ।
ନିର୍ବାଚନୀ ବିଗୁଲ ବାଜିବା ଦିନଠୁ ପୋଲିସ ବର୍ତ୍ତମାନ ସୁଦ୍ଧା ୧୧୫୦ ଲିଟର ମଦ, ୨ ଟି ବେଆଇନ୍ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହାସହ ୧୩୮ ନୋ ଏକ୍ସାଇଜ ମାମଲା ପଞ୍ଜିକରଣ ମଧ୍ୟ କରିଛି ।ଏପର୍ଯ୍ୟନ୍ତ ୯୦ ବିଚାରାଧୀନ ୱାରେଣ୍ଟ ଜାରି କରିଛି ପୋଲିସ। ଇଭିଏମ ଗୁଡ଼ିକର ନିରାପତ୍ତା ଓ ସୁରକ୍ଷା ଯୋଗାଇବା ପାଇଁ ସିସିଟିଭି କଭରେଜ୍ ମୁତୟନ ଓ ଷ୍ଟ୍ରଙ୍ଗ ରୁମକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ଡ଼ିଜିପି ।
https://socialnewsodiaofficial.blogspot.com
0 Comments