21/MAY/2022
📌
BY: SRINIBASH ROUT
ନ୍ୟାୟାଧୀଶ ଶୁଣାଇଲେ ଅଜବ ଦଣ୍ଡାଦେଶ ।ଓଡ଼ିଶା ହାଇକୋର୍ଟ ପ୍ରଥମଥର ପାଇଁ କୌଣସି ଏକ ମାମଲାର ବିଚାର କରି ଦୋଷୀଙ୍କୁ ଗଛ ଲଗାଇବା ଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି ।ବଲନା ମୌଜା ଅନ୍ତର୍ଗତ ଜଣେ ନିରକ୍ଷର ମହିଳାଙ୍କ କଥାକୁ ଠିକ୍ ଭାବରେ ନଶୁଣି କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା ଜରିମାନା କରିଥିବାରୁ ଦଣ୍ଡ ସ୍ୱରୂପ ମାନ୍ୟବର ହାଇକୋର୍ଟ କଟକ ସିଡ଼ିଏ ଅନ୍ତର୍ଗତ କୌଣସି ସେକ୍ଟରରେ ଅତି କମ୍ ରେ ୫୦ଟି ଗଛ ଲଗାଇବାକୁ ପଡ଼ିବ ବୋଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ସେ ସିଡ଼ିଏ କର୍ତ୍ତୃପକ୍ଷଙ୍କ ସହଯୋଗ ନେବେ। ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ।
ସୂଚନା ଅନୁସାରେ ଏକ ଜବରଦଖଲ ମାମଲାରେ ଜବରଦଖଲକାରୀ ବଲନା ମୌଜା ଅନ୍ତର୍ଗତ ଜଣେ ନିରକ୍ଷର ମହିଳା ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା। ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରି ପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ। ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ତହସିଲଦାର ବେପରୁଆ ଭାବେ କାର୍ଯ୍ୟ କରିଥିବା କୋର୍ଟ ଅନୁଭବ କରିଥିଲେ। ତହସିଲଦାରଙ୍କ ଏଭଳି ଖାମଖିଆଲି କାର୍ଯ୍ୟ ଯୋଗୁ ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ହାଇକୋର୍ଟକୁ ଆସିବା କଥାକୁ ଜଷ୍ଟିସ ବିଶ୍ୱନାଥ ରଥ ନାପସନ୍ଦ କରଥିଲେ। ଜବରଦଖଲ ମାମଲାର ଶୁଣାଣିରେ ତହସିଲଦାରଙ୍କ ଏଭଳି ଖାମଖିଆଲୀ ମନୋଭାବ ଯୋଗୁ ମୋକଦ୍ଦମା ସଂଖ୍ୟା ବଢ଼ୁଛି ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ୍ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ମାମଲାର ଶୁଣାଣି ପୁନର୍ବାର କରିବାକୁ ତହସିଲଦାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
https://socialnewsodiaofficial.blogspot.com
0 Comments