08/MAY/2022


📌


BY: SRINIBASH ROUT

ଆଇନର ଜାଲରେ ପଡ଼ିଛନ୍ତିି ଆଉ ଜଣେ ମହିଳା ତହସିଲଦାର ।ବେଆଇନ୍ ବାଲି ସୈରାତ ମାମଲାରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସସ୍ପେଣ୍ଡ ହୋଇଥିବା ବେଳେ ଏକ କଟା ଖନନ ନିମିତ୍ତ ଅନୁମତି ପ୍ରଦାନ ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତିି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ।ଜୁନାନୀ ଗାଁର ଅଶୋକ ପଟେଲ ଏକ କଟା ଖନନ ପାଇଁ ଅନୁମତି ଲୋଡ଼ିଥିଲେ ।ଏଥିପାଇଁ ସାରଦା ମହାରଣା ଦେଢ଼ ଲକ୍ଷ ଟଙ୍କା ଦାବୀ କରିଥିଲେ ଓ ୧ଲକ୍ଷ ୨୦ହଜାର ଟଙ୍କାରେ କଥା ଛିଣ୍ଡିଥିଲା ।ଅଶୋକଙ୍କଠାରୁ ଶନିବାର ୦୭ ତାରିଖ ଅପରାହ୍ନରେ ସାରଦା ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲା ।ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ଏଥିସହିତ ଅତିରିକ୍ତ ତହସିଲଦାରଙ୍କ ଅଫିସ୍ ଓ କୁଚିଣ୍ଡା ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି ।ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ।ତାଙ୍କ ଘରେ ଏତେ ଟଙ୍କା କ’ଣ ପାଇଁ ଥିଲା ଓ ଏହା କେଉଁଠୁ ଆସିଥିଲା ସେ ନେଇ ତଦନ୍ତ ଜାରି ରହିଛି ।ଗିରଫ ତହସିଲଦାରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।


ଅନ୍ୟ ପକ୍ଷରେ ଅତିରିକ୍ତ ତହସିଲଦାର ସାରଦା ମହାରଣା ଗଣମାଧ୍ୟମକୁ କହିଛନ୍ତି ଯେ କୁଚିଣ୍ଡା ଅଞ୍ଚଳରେ ଆସ ରଖିବା ପାଇଁ ଜଙ୍ଗଲ ଭିତରେ ପୋଖରୀ ଖନନ କରାଯାଇଛି।ଏଥିରେ ନିୟୋଜିତ ଗାଡ଼ିକୁ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଥାନାରେ ଅଟକ ରଖାଯାଇଥିଲା। ପରେ ପୋଖରୀ ଖୋଳା ବନ୍ଦ କରାଯାଇଥିଲା। ଏ ନେଇ ଉକ୍ତ ଗାଡ଼ିକୁ ପାଞ୍ଚ ଲକ୍ଷ ଜୋରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନେଇ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିଲା। ଏପରିକି ଭୟଭୀତ ମଧ୍ୟ କରାଯାଉଥିଲା ବୋଲି ସେ କହିଛନ୍ତି। ମୁଁ ଏଠାକୁ ଆସିବା ପରେ ଧରପଗଡ଼ ଜୋରଦାର କରାଯାଇଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ଉପରେ ଏହି କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି। ଶନିବାର ଏକ ଟ୍ରାକ୍ଟର ଚାଳାକଙ୍କଠାରୁ ୫୦ ହଜାର ଲାଞ୍ଚ ନେଇଥିବା ଜଣେ ଚାଳକ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଟ୍ରାକ୍ଟରକୁ ୪ ଲକ୍ଷ ଟଙ୍କା ଜାରିମାନା କରାଯାଉଥିବା କୁହାଯାଉଛି।



https://socialnewsodiaofficial.blogspot.com