28/MAY/2022


📌


BY: SRINIBASH ROUT

୨ ଦିନ ବନ୍ଦ୍ ରହିବ ପେଟ୍ରୋଲ ପମ୍ପ। ଆଜି ଅର୍ଥାତ୍ ଶୁକ୍ରବାର ୨୭ ତାରିଖ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ୍ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆସନ୍ତାକାଲି ଅର୍ଥାତ୍ ଶନିବାର ୨୮ ତାରିଖ ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ୍ ରହିବ। ସାରା ଓଡ଼ିଶାରେ ୧୨ ଘଣ୍ଟିଆ ପେଟ୍ରୋଲ ପମ୍ପ ବନ୍ଦ୍ ପାଳନ ହେବ ବୋଲି ସଂଘ ଏକ ପ୍ରେସ ରିଲିଜ ଜରିଆରେ କହିଛି ।ଏହି ସମୟରେ ପେଟ୍ରୋଲ ପମ୍ପ ମାନେ ତେଲ ମଧ୍ୟ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।ଏହି ବନ୍ଦକୁ ଇଣ୍ଡିଆନ୍ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି। 


ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ କମ୍ପାନୀମାନଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ ବୋଲି କୁହାଯାଇଛି। ଦୁଇ ଦିନ ଧରି ତୈଳ କମ୍ପାନୀମାନଙ୍କ ଠାରୁ କୌଣସି ପ୍ରଡକ୍ଟ କିଣା ହେବ ନାହିଁ ବୋଲି ଡିଲର୍ସ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଏନେଇ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ର ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି ଯେ, ‘କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ସେମାନେ ଭ୍ୟାଟ୍‌ କମାନ୍ତୁ ହେଲେ ଏପରି ଭାବରେ କମାଇଲେ ଡିଲର ମାନେ କ୍ଷତି ସହୁଛୁ ।ସୂଚନା ଅନୁଯାଇ ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର।


ବର୍ତ୍ତମାନ ପେଟ୍ରୋଲରେ ଏକ୍ସାଇଜ୍‌ ଡ୍ୟୁଟି ୯ଟଙ୍କା ୫୦ ପଇସା କମିଲା, ଡିଜେଲ୍ ରେ ୭ଟଙ୍କା କମିଲା। ଯାହା ଫଳରେ ରାତିରାତି ଜଣେ ଡିଲରର ୧୦ରୁ ୧୨ ଲକ୍ଷ ଟଙ୍କା କ୍ଷତି ହେଉଛି। ଜନ ସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇ ଦିନ ଦିନରେ ପ୍ରେଟୋଲ ପମ୍ପ ଖୋଲା ରହିବ। ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ୍ ରହିବ।


ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ୍ ଅନୁଯାୟୀ ସାରା ଦେଶରେ ଡିଲର କମିଶନକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ତେଲ କମ୍ପାନୀ ।ତେବେ ସଂଘ ତେଲ ଦର କମ୍ ହେବାକୁ ନେଇ ସ୍ୱାଗତ କରିଛି। ଏହା ଦ୍ୱାରା ଦର ଦାମ୍ କମିବ ବୋଲି କହିଛି ।ହେଲେ ସରକାର ଏପରି ନିଷ୍ପତ୍ତି ନେବା ବେଳେ ତାଙ୍କ ମାନଙ୍କ ସହ ଆଲୋଚନା ନକରିବା କିମ୍ବା ପେଟ୍ରୋଲ ପମ୍ପ ମାଲିକଙ୍କ କ୍ଷତି ଉପରେ ଧ୍ୟାନ ଦେବାର ଥିଲା ବୋଲି କହିଛନ୍ତି ଓଡ଼ିଶା ପେଟ୍ରୋଲିୟମ୍ ସଂଘର ସଭାପତି।




https://socialnewsodiaofficial.blogspot.com