08/MAY/2022


📌


BY: SRINIBASH ROUT

ଏସସିବିରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ବେଡ଼ ଉପରେ ରୋଗୀର ଚିକିତ୍ସା ଚାଲୁଥିବା ବେଳେ ବେଡ଼ ତଳେ ଅନ୍ୟ ଏକ ରୋଗୀର ମୃତଦେହ ପଡ଼ିରହିଛି ।ଏପରିକି ମୃତଦେହକୁ ପାଦରେ ଏଡାଇ ନର୍ସ ଓ ଡ଼ାକ୍ତର ବେଡ଼ ଉପରେ ଥିବା ରୋଗୀର ଚିକିତ୍ସା କରୁଛନ୍ତି ।ତେବେ ଏହି ଘଟଣା ଲୋକଲାଚନକୁ ଆସିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏହି ଖବର ପାଇଁ ମଙ୍ଗଳାବାଗ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ଼ାକ୍ତର ଓ ଉପସ୍ଥିତ ଥିବା ଷ୍ଟାଫମାନଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ପ୍ରଶାସନିକ ଅଧିକାରୀ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଡ଼ାକ୍ତରଖାନାରୁ ଶବଗୃହକୁ ସ୍ଥାନାନ୍ତର କରିଥିଲେ ।ଏନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି, ମୃତକଙ୍କ କେହି ସମ୍ପର୍କୀୟ ତାଙ୍କ ପାଖରେ ନାହାନ୍ତି ।ସେଥିପାଇଁ ମୃତଦେହଟିକୁ ଶବଗୃହରେ ରଖାଯିବ। ୪୮ ଘଣ୍ଟା ପରେ ପ୍ରୋଟୋକଲ ଅନୁସାରେ ଯାହା କରିବା କଥା କରାଯିବ ।ଆଗକୁ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ହେବନି ସେନେଇ ଉଦ୍ୟମ କରାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ।


ସୂଚନାଯୋଗ୍ୟ, ଭଦ୍ରକ ଅଞ୍ଚଳର ଜଣେ ରୋଗୀଙ୍କୁ ନେଇ ସମ୍ପର୍କୀୟ ଏସସିବି ଆସିଥିଲେ ।ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।ପରେ ତାଙ୍କ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ ।ବିଡ଼ମ୍ବନାର ବିଷୟ ଯେ ମୃତଦେହଟି ଦୀର୍ଘ ୨୪ ଘଣ୍ଟା ଧରି ବେଡ଼ ତଳେ ପଡିରହିଥିବା ବେଳେ ଏଥିପ୍ରତି କାହାର ନଜର ନଥିଲା ।ସେପଟେ ଯେଉଁ ବେଡ୍‌ ତଳେ ମୃତଦେହ ପଡ଼ିଥିଲା ତା’ ଉପରେ ରୋଗୀଙ୍କର ଚିକିିତ୍ସା ମଧ୍ୟ ଚାଲିଥିଲା ।


ତେବେ ଏହି ଘଟଣା ଖବର ପାଇବା ପରେ ଏସସିବି ମେଡ଼ିକାଲ୍ ଓ କଲେଜର ଡିନ୍ ଡ଼ାକ୍ତର ପ୍ରସନ୍ନଜିତ ମହାନ୍ତିଙ୍କ ସହ ଆଲାଚନା କରିଛନ୍ତି ।ଏହି ଘଟଣା ସମୟରେ କେଉଁ ଅଧିକାରୀ ଉପସ୍ଥିତ ଥିଲେ ।କ'ଣ ପାଇଁ ଏହି ଭଳି ଅଭାବନୀୟ ଘଟଣା ଘଟିଲା ତାହା ପଙ୍ଖାନୁପଙ୍ଖ ରିପୋର୍ଟ୍ ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଚି ।



https://socialnewsodiaofficial.blogspot.com