07 MAY-2022
📌
BY: SRINIBASH ROUT
ବ୍ରଜରାଜନଗର ଉପନିର୍ବାଚନ ମେ’ ୩୧ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍ ୩ରେ ହେବ ଭୋଟ ଗଣତି। ଏଥିନେଇ ବୁଧବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ ୧୧ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ମେ’ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ୍ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ' ୧୨ ।ଜୁନ୍ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବାନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସବିଶେଷ ସୂଚନା ଦେଇଛନ୍ତି।
ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଏବଂ ଜିଲ୍ଲା ମଧ୍ୟରେ ଥିବା କେନ୍ଦ୍ର ସରକାର ଓ ପିଏସ୍ୟୁର ସଂସ୍ଥାଗୁଡ଼ିକ ପାଇଁ ଆଦର୍ଶ ଆଚରଣବିଧି ଲାଗୁ କରାଗଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ଜାନୁଆରୀ ୦୧ ତାରିଖ, ୨୦୨୨ ମସିହା ସୁଦ୍ଧା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟର ସଂଖ୍ୟା ହେଉଛି, ୨୧୪୭୪୫ ।ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧୦୯୯୯୮, ମହିଳା ଭୋଟରଙ୍କ ସଂଖ୍ୟା ୧୦୪୭୩୯ ହୋଇଥିବାବେଳେ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୧୭ ଅଟେ ।ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୩୫୧୯ ।ସେଥି ମଧ୍ୟରୁ ୧୯୪୩ ଜଣ ମହିଳା ଓ ୧୫୭୬ ଜଣ ପୁରୁଷ ଅଟନ୍ତି ।
୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ହେଉଛି ୩୧୨୭ ଓ ସେଥି ମଧ୍ୟରୁ ୧୪୩୨ ଜଣ ମହିଳା ଓ ୧୬୯୫ ଜଣ ପୁରୁଷ ଅଟନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ବୁଥ୍ ସଂଖ୍ୟା ହେଉଛି ୨୫୭ ।କୋଭିଡ୍ ଦୃଷ୍ଟିରୁ ପ୍ରତି ବୁଥ୍ରେ ସର୍ବାଧିକ ୧୨୫୦ ଭୋଟର ମତଦାନ ନିମନ୍ତେ ନିର୍ବାଚନ ଆୟୋଗ ସ୍ଥିର କରିଥିବାରୁ ଅତିରିକ୍ତ ୨୨ ଗୋଟି ବୁଥ୍ କରାଯାଇ ମୋଟ ବୁଥ୍ ସଂଖ୍ୟା ୨୭୯ ହୋଇଛି ।ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ୍ଗୁଡ଼ିକୁ ଇସିଆଇଏଲ୍ ସ୍ଥିତ ହାଇଦ୍ରାବାଦ୍ରୁ ଅଣାଯାଇ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସରିଛି ।ଉପନିର୍ବାଚନବେଳେ କୋଭିଡ୍ ନିର୍ଦ୍ଦେଶାବଳୀର ସଠିକ୍ ଭାବେ ଅନୁପାଳନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ସମୟାନୁସାରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ରୁ ଜାରି ହେଉଥିବା କୋଭିଡ୍ ନିର୍ଦ୍ଦେଶାବଳୀକୁ ଭୋଟରଙ୍କ ଠାରୁ ଆରମ୍ଭ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଉପନିର୍ବାଚନରେ ଅଂଶଗ୍ରହଣ ପାଇଁ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମୟସୀମା ମଧ୍ୟରେ ତିନିଥର ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ପ୍ରଚାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।ରାଜନୈତିକ ଦଳମାନେ ମଧ୍ୟ ଦିନ ଦଳ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ବିବରଣୀ ନିର୍ବାଚନ ପ୍ରଚାର ସମୟରେ ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
କୋଭିଡ୍ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ -(କୋଭିଡ୍ ଲକ୍ଷଣ ଥିଲେ ଟୋକନ ନେବେ, ଶେଷ ଘଣ୍ଟାକରେ ଆସି ଭୋଟ୍ ଦେବେ ।ପ୍ରାର୍ଥୀ ମାନେ ସେମାନଙ୍କ ଅପରାଧ ଇତିହାସର ବିବରଣୀ ପ୍ରକାଶ କରିବେ)
https://socialnewsodiaofficial.blogspot.com
0 Comments