29/MAY/2022
📌
BY: SRINIBASH ROUT
ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ।ଆସନ୍ତା ୩ମାସ ସୁଦ୍ଧା ପୁରୁଣା ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇଲେ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।୨୦୧୯ମସିହା ଏପ୍ରିଲ୍ ୧ ତାରିଖ ପରେ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବାବେଳେ, ୨୦୧୯ ପୂର୍ବରୁ ପଞ୍ଜୀକୃତ ଗାଡ଼ିରେ ଆଉ ଚଳିବନି ପୁରୁଣା ନମ୍ବର ପ୍ଲେଟ୍ ।ନୂଆ ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି ।ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି ।
ତେବେ ଏହି ଭଳି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶାରେ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ କରାଯାଇଛି। ଏସ୍ଆଇଏଏମ୍ ପୋର୍ଟାଲ୍ କୁ ଯାଇ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍ଏସ୍ଆର୍ପି ପ୍ଲେଟ୍ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ନୋ ଅବ୍ଜେକ୍ସନ ସାର୍ଟିଫିର୍କେଟ୍ (NOC) ଆଣିଥିବେ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ୍ ମିଳିବ।
ସୂଚନାନୁସାରେ ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଓ ୨ ରହିଛି, ସେମାନେ ଅଗଷ୍ଟ ୩୧ ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବେ। ସେହିପରି ଶେଷ ଅଙ୍କ ୩ ଓ ୪ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୦, ଶେଷ ଅଙ୍କ ୫ ଓ ୬ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର ୩୧, ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ି ୩୦ ନଭେମ୍ବର ଏବଂ ଯେଉଁଗାଡ଼ିର ପଞ୍ଜୀକରଣ ନମ୍ବର ଶେଷ ଅଙ୍କ ୯ ଓ ୦, ସେମାନେ ୩୧ ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ।
ତେବେ ଚୋରି ବା ହଜିଲେ କିମ୍ବା ନମ୍ବର ପ୍ଲେଟ୍ ଭାଙ୍ଗିଗଲେ ମନଇଚ୍ଛା ନମ୍ବର ପ୍ଲେଟ୍ ମିଳିବ ନାହିଁ। ଏଥିପାଇଁ ଯେଉଁ ଅଞ୍ଚଳରେ ଘଟଣା ଘଟିଥିବ, ସେହି ଥାନାରେ ଏକ ମାମଲା ରୁଜୁ କରିବାକୁ ହେବ। ଏଫ୍ଆଇଆର୍ କପି ସହ ଏସ୍ଆଇଏଏମ୍ ପୋର୍ଟାଲ୍ରେ ଆବେଦନ କରିବେ। ଯେଉଁମାନେ ଏହି ନମ୍ବର ପ୍ଲେଟ୍ ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି କୁହାଯାଇଛି।
ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ିର ମାଲିକମାନଙ୍କୁ ୩ମାସ ସମୟ ଦିଆଯାଇଛି ।ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ ।
ଏନେଇ ରାଜ୍ୟ ପରିବହନ ଟେକ୍ନିକାଲ ଯୁଗ୍ମ କମିଶନର ଦିପ୍ତୀରଂଜନ ପାତ୍ର କହିଛନ୍ତି , ଯେହେତୁ ଗାଡ଼ି ନମ୍ବରରୁ ହିଁ ତା’ ବୈଶିଷ୍ଟ୍ୟ ଜଣାପଡ଼େ ।ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଥରେ ଗାଡ଼ିରେ ଲାଗିଲା ପରେ, ଯାନର ମାଲିକ ଚାହିଁଲେ, ଆଉ ଥରେ ଖୋଲିକି ଆଣିପାରିବେ ନାହିଁ ।ଏହାକୁ ଇ-ରିଭର୍ସେବୁଲ୍ ପ୍ରୋସେସରେ ସ୍ନାପ୍ ଲକ୍ ଦ୍ୱାରା ଏହା ଫିଟିଂ କରାଯିବ ।ଥରେ ଫିଟିଂ ହେଲା ପରେ ମାଲିକ ଚାହିଁଲେ ବି ଖୋଲିପାରିବେ ନାହିଁ ।ଏହା ସହିତ ଏ ନମ୍ବର ପ୍ଲେଟ୍ ଟି ଏକ ୟୁନିଫର୍ମ ପାଟର୍ନରେ ରହିବ ।
ସୁବୁଠୁ ବଡ଼ କଥା ହେଉଛି, ସେଥିରେ ଏକ ଲେଜର କୋର୍ଡ ରହିଛି ।ତାହା ପ୍ରତ୍ୟେକ କୋର୍ଡ ପାଇଁ ଅଲଗା ଅଲଗା ରହିଛି ।ଏହାଦ୍ୱାରା ଗାଡ଼ି ଚୋରୀରୁ ରୋକାଯାଇ ପାରିବ ।ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଗାଡ଼ିକୁ ଟ୍ରାକ୍ କରାଯାଇପାରିବ ।
https://socialnewsodiaofficial.blogspot.com
0 Comments