21/MAY/2022
📌
BY: SRINIBASH ROUT
ଲାଞ୍ଜିଗଡ଼ର ନିୟମଗିରି ଅଞ୍ଚଳରେ ଥିବା ଘନ ଜଙ୍ଗଲ ଏବେ କିଛି ବର୍ଷ ଭିତରେ ଧ୍ବଂସ ହେବାରେ ଲାଗିଛି ।ନିୟମଗିରି ପାଦ ଦେଶରେ ଥିବା ସିରସାପଦର, କୁଦେଲପଟା, ପାଆଲା, ସର୍ଗିଗୁଡା, ଜଳକ୍ରୀଡା, ପାରାଭାଡି ଓ ଝିମିରି ଭଳି ଘଞ୍ଚ ଜଙ୍ଗଲ ପ୍ରାୟ ସମ୍ପୂର୍ଣ ଭାବେ ନଷ୍ଟ ହୋଇଗଲାଣି ।ସେ ଅଞ୍ଚଳରେ ଥିବା କେତେକ ଆଦିବାସୀ ଗ୍ରାମ ଯଥା – ତ୍ରିଲୋଚନ ପୁର, ଗନ୍ଧନୀ, ଆମଗୁଡା, ଓଲବାଲି, ଡ଼ଙ୍ଗାବାହାଲ, ସଲପ କଣା, ସାପ ଚଞ୍ଚଡା ପ୍ରଭୃତି ଗ୍ରାମର ଲୋକ ମାନେ ଏବଂ ବିଜେପୁର ପଞ୍ଚାୟତର ଥଲକାନିମା, ବୁଣ୍ଡେଲ, ପାହାଡ଼ ପଦର, ଜିରା, ପୁଞ୍ଜାମ, କଞ୍ଚନମୁଇ ଓ ବୋରପଦର ଏବଂ ବେନ ଗାଁ ପଂଚାୟତ ର ଲୋକ ସବୁ ଆସି ଜଙ୍ଗଲକୁ କ୍ରମାଗତ ଭାବେ ଧ୍ବଂସ କରି ଚାଲିଛନ୍ତି ।ଶାଳ, ପିଆଶାଳ, ଶିଶୁ ଭଳି ବୃହତ ମୂଲ୍ୟବାନ ବୃକ୍ଷ ସବୁ ହଜାର ହଜାର ସଂଖ୍ୟାରେ ନଷ୍ଟ ହୋଇଚାଲିଛି ।ଏଥିରେ କାଠମାଫିଆ ମାନଙ୍କର ମଧ୍ୟ ହାତ ଅଛି ।ଏହା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ଉପରେ କୁପ୍ରଭାବ ପଡୁଛି ।ଜଙ୍ଗଲ ନଷ୍ଟ ହେବା ଯୋଗୁ ବନ୍ୟ ପ୍ରାଣୀ ଏହା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଉଛନ୍ତି ।ହାତୀମାନେ ଗାଁ ମାନଙ୍କରେ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଧନ ଜୀବନ ନଷ୍ଟ କରୁଛନ୍ତି ।ଜଙ୍ଗଲ ଏଭଳି ଧ୍ବଂସାଭିମୁଖୀ ଅବସ୍ଥାରେ ପହଞ୍ଚିଥିବା ବେଳେ ଜଙ୍ଗଲ ବିଭାଗ ଚୁପ ହୋଇ ଦେଖୁଛି ।ଜଙ୍ଗଲ ବିଭାଗର ତଳ ସ୍ତରରୁ ଉପର ସ୍ତରର କର୍ମଚାରୀଙ୍କ ଏ ବିଷୟରେ ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି ।ଯଦି ଏଭଳି ଅବସ୍ଥା ଲାଗି ରହେ, ତାହେଲେ ଆଉ କିଛି ଦିନ ଭିତରେ ଜଙ୍ଗଲ ସମ୍ପୂର୍ଣ ନଷ୍ଟ ହୋଇ ଏ ଅଞ୍ଚଳ ମରୁଭୂମି ପାଲଟି ଯିବ, ଏଥିରେ ସନ୍ଦେହ ନାହିଁ ।ତେଣୁ ବେଳହୁଁ ସାବଧାନ ନ ହେଲେ ପରେ ପରିସ୍ଥିତି ଅସମ୍ଭାଳ ହେବ ।
...........................
ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷ ନିତ୍ୟାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡାରେ ମଧ୍ୟ ବୃକ୍ଷ ଦେଖା ଯାଉନି ।କାଁ ଭାଁ କେଉଁଠି ଦୁଇ ତିନିଟି ଗଛ ଥିବ କି ନ ଥିବ ତାହା ମଧ୍ୟ ସନ୍ଦେହ ।ଆଉ ଯାହା ଅଛି ସେଗୁଡ଼ିକ ଅଧା କଟା ଅବସ୍ଥାରେ ।ଯାହା ଫଳରେ ଅଦିନରେ ଅସମୟରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଡ଼ାକି ଆଣିଛୁ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ ।
https://socialnewsodiaofficial.blogspot.com
0 Comments