04- APRIL-2022


📌


BY: SRINIBASH ROUT

ଢ଼ିଙ୍କିଆ ଚାରି ଦେଶରେ ଜନସାଧାରଣଙ୍କ ମାନବିକ ଅଧିକାର ଉଲଂଘନ ଓ ପୋଲିସ ଦମନ ପ୍ରସଙ୍ଗରେ ସେହି ଅଞ୍ଚଳର ସାମଗ୍ରିକ ସ୍ଥିତି ପରଖିବା ପାଇଁ ପୂର୍ବ ଘୋଷଣା ଅନୁଯାୟୀ ବୁଧବାର ୦୩ ତାରିଖ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ମାନଙ୍କର ନେତୃତ୍ୱ ରେ ଏକ ଦଳ ଢ଼ିଙ୍କିଆ ଗ୍ରସ୍ତ କରିଛନ୍ତି ।


ବିଭିନ୍ନ ବିରୋଧୀ ଦଳ ମାନଙ୍କୁ ଢ଼ିଙ୍କିଆର  ସାଂପ୍ରତିକ ସ୍ଥିତି ପରଖିବା ପାଇଁ ଗଠିତ ଏହି ଟିମ୍ ରେ ସିପିଏମ ନେତା ସନ୍ତୋଷ ଦାସ, ଜମ୍ବେଶ୍ୱର ସାମନ୍ତରାୟ,ସିପିଆଇ ନେତା ଜୟନ୍ତ ଦାସ, ସିପିଆଇ(ଏମ.ଏଲ)- ଲିବରେସନ୍ ନେତା ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, କିସାନ ପଟନାୟକ, ଫରୱାର୍ଡ଼ ବ୍ଲକ ର ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ସିପିଆଇ- (ଏମ.ଏଲ) ନେତା ଶ୍ରୀକାନ୍ତ ମହାନ୍ତି, ସିପିଆଇ(ଏମ.ଏଲ)-ରେଡ୍ ଷ୍ଟାର୍ ନେତା ଶଙ୍କର ସାହୁ, ଆମ୍ ଆଦମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ରିପବ୍ଲିକାନ୍ ପାର୍ଟିର ସେକ୍ ଅବଦୁଲ୍ ୱାଲି, ଆରଜେଡ଼ି ନେତା ହେମନ୍ତ ବାରିକ, ଏସୟୁସିଆଇ ନେତା ନିରଞ୍ଜନ ମହାନ୍ତି ଙ୍କ ସମେତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ,, ସାମାଜିକ କର୍ମୀ ତପନ ମିଶ୍ର, ଅରୁଣ ଜେନା, ସ୍ୱାତୀ ମିଶ୍ର, ସି ପି ଆଇ ନେତା ପିତାମ୍ବର ଦାସ, ରାମଚନ୍ଦ୍ର ମୁଦୁଲି ଙ୍କ ସମେତ ଅନ୍ୟାନ୍ୟ ରାଜନୈତିକ ନେତାମାନେ ଆଜି ଢ଼ିଙ୍କିଆ ଅଞ୍ଚଳକୁ ଗ୍ରସ୍ତ କରିଛନ୍ତି ।


ନୂଆଗାଁ, ଗୋବିନ୍ଦପୁର ଜନଗଣଙ୍କ ସହ ଆଲୋଚନା ପରେ ଏହି ପ୍ରତିନିଧିମଣ୍ଡଳୀ ଢ଼ିଙ୍କିଆ ପ୍ରବେଶ କଲାବେଳେ ପ୍ରବେଶ ପଥରେ କିଛି JSW କମ୍ପାନୀ ସପକ୍ଷବାଦୀ ରାସ୍ତା ଉପରେ ବସିରହି ପ୍ରତିନିଧିମଣ୍ଡଳୀ କୁ ଢ଼ିଙ୍କିଆ ଭିତରକୁ ଛାଡ଼ି ନଥିଲେ ।ଫଳରେ ପ୍ରତିନିଧିମଣ୍ଡଳୀ ସେହିଠାରୁ ଫେରିଆସିଥିଲେ । 


ଜିଲ୍ଲା ପୋଲିସକୁ ପୂର୍ବରୁ ରାଜନୈତିକ ଦଳମାନଙ୍କ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ପୋଲିସ ସେଠାରେ ଅନୁପସ୍ଥିତି ରହିଥଲା ।ପରେ ଏହି ପ୍ରତିନିଧିମଣ୍ଡଳୀ ଗଣମାଧ୍ୟମକୁ ସମ୍ବୋଧିତ କରି JSW କମ୍ପାନୀର ସ୍ୱାର୍ଥରକ୍ଷା ପାଇଁ ଅନ୍ଧ ପାଲଟିଥିବା ସ୍ଥାନୀୟ ପ୍ରଶାସନ ଓ ପୋଲିସ କତୃପକ୍ଷ ଢ଼ିଙ୍କିଆ ବାସୀଙ୍କ ଉପରେ ଆତଙ୍କରାଜ ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ ।


ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସର କମ୍ପାନୀ ସ୍ୱାର୍ଥରେ ତଥା ସ୍ଥାନୀୟ ଜନତାଙ୍କ ବିରୁଦ୍ଧରେ କାର୍ଯ୍ୟକୁ ପ୍ରତିନିଧିମଣ୍ଡଳୀ ପକ୍ଷରୁ ନିନ୍ଦା କରାଯାଇଛି ।ଦିନେ ଦୁଇଦିନ ଭିତରେ ଏହି ପ୍ରତିନିଧିମଣ୍ଡଳୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନକରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।


ଢ଼ିଙ୍କିଆ ଚାରିଦେଶ ସଂକ୍ରାନ୍ତରେ ପରବର୍ତ୍ତୀ କାର୍ଯ୍ୟକ୍ରମ ମଧ୍ୟ ଏହି ରାଜନୈତିକ ଦଳମାନଙ୍କ ପକ୍ଷରୁ ସ୍ଥିର କରାଯାଇ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ବିରୋଧୀ ଦଳମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି l