22/MAY/2022


📌



BY: SRINIBASH ROUT

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ୍ ବାରିକପୁର ରାଜସ୍ୱ ସର୍କଲ ଅଧିନ ଅନନ୍ତପୁର ଗ୍ରାମରେ ଜବରଦଖଲ ଯୋଗୁଁ ଚାଷଜମି ଅବରୋଧ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ଚାଷଜମିକୁ ଗ୍ରାମବାସୀମାନେ ଯାତାୟତ କରିବା ସମ୍ଭବ ହେଉନାହିଁ। ଗ୍ରାମର ସରକାରୀ ଖାତା ୬୮ ଓ ପ୍ଲଟ୍ ନଂ ୧୧୬ ଗ୍ରାମ୍ୟ ଜଙ୍ଗଲ କିଷମ ଜମି ଉପରେ ଗ୍ରାମ୍ୟ ରାସ୍ତା ଚାଷ ଜମିକୁ ସଂଯୋଗ କରୁଛି। ମାତ୍ର ଏହି ରାସ୍ତାର ଗୋଟିଏ ପାଶ୍ୱର୍ରେ ଜନୈକ ବ୍ୟକ୍ତି ସ୍ଥାୟୀ ଘର ନିର୍ମାଣ କରିଥିବା ବେଳେ ଅପରପାଶ୍ୱର୍ରେ ଅନ୍ୟଜଣେ ବ୍ୟକ୍ତି ସ୍ଥାୟୀ ଘର ନିର୍ମାଣ କରିବା ସହ ମଝିରେ ଥିବା ରାସ୍ତାକୁ ବାଡବୁଝଇ ଅବରୋଧ କରିବା ଯୋଗୁଁ ଚାଷଜମିକୁ ଗ୍ରାମବାସୀମାନେ ଯାଇ ପାରୁ ନାହାନ୍ତି ବୋଲି ଗ୍ରାମବାସୀମାନେ କ୍ରମାଗତ ଭାବେ ୨୦୧୮ ମସିହାରୁ ଅଭିଯୋଗ କରିଆସୁଛନ୍ତି। 


ଗ୍ରାମବାସୀମାନେ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅବରୋଧ ହଟାଇବା ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜକିଶୋର ମହାକୁଡ ଓ ଅନ୍ୟମାନେ ଅବରୋଧ ହଟାଇବାକୁ ପ୍ରଶାସନ ନିକଟରେ ପୁନର୍ବାର ଗୁହାରୀ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗ୍ରାମର ମୋଟ୍ ୧୭ ଏକର ଗ୍ରାମ୍ୟ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ବେଳେ ୭ ଏକର ଗୋଚର ପଡ଼ିଆ ସବୁ ଜବରଦଖଲ ହୋଇଛି। ଏପରିକି ଜବରଦଖଲ ଜମିରେ ବହୁତଳ ପ୍ରସାଦ ନିର୍ମାଣ ସହ ପୋଖରୀ ଖୋଳା ଯାଇ ମନରେଗା ଯୋଜନାରୁ ବିଲ୍ ହାତେଇବା ସହ ମାଟି ବିକ୍ରୟ କରି ଜବରଦଖଲକାରୀମାନେ ମାଲେମାଲ ହେଉଛନ୍ତି। ମାତ୍ର ଜବରଦଖଲକାରୀଙ୍କ ବିରୋଧରେ ସାମାନ୍ୟତମ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଜବରଦଖଲ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି।


ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଦୁଃଖ ବୁଝୁନାହାନ୍ତି, ସମସ୍ୟା ସମାଧାନ ପାଇଁ ଆଗକୁ ଆସୁନାହାନ୍ତି ।



https://socialnewsodiaofficial.blogspot.com