25/MAY/2022


📌


BY: SRINIBASH ROUT

ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉଛି ।ଖର୍ଚ୍ଚ ପୁଣି ହେଉଛି ଲକ୍ଷ ଲକ୍ଷ ।କିନ୍ତୁ ଏମିତି ଅବହେଳିତ ଗାଁ ବି ରହୁଛି ।ଯେଉଁଠି ବିକାଶର ଛାଇ ବି ପଡି ନାହିଁ ।ଏପରି ଏକ ଅଭିଶପ୍ତ ଗାଁ ହେଉଛି ଲାଞ୍ଜିଗଡ଼ ବ୍ଲକର ଭୁର୍ଟି ପଞ୍ଚାୟତର ସିରିଗାଁ ।ଏଠାରେ ବିକାଶ ତ ଦୂରର କଥା ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଏବେ ଉତ୍କଟ ସମସ୍ୟା ହୋଇ ରହିଛି ।ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ସମୟରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ସିରିଗାଁ ୩ ନଂ ୱାର୍ଡ଼ ରେ ୪୦ ଘର ସହ ପ୍ରାୟ ଦୁଇଶହ ଆଦିବାସୀ ଭୋଟର ବାସ କରୁଛନ୍ତି ।ଏଠାରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ କୈାଣସି ସୁଫଳ ମିଳି ନଥିବାରୁ ଗାଁର ମୁକ୍ତା ପାତ୍ର, ଲଳିତା ପାତ୍ର, ଛାୟାବତୀ ପାତ୍ର, ସୁକାନ୍ତି ପାତ୍ର ପ୍ରମୁଖ ମହିଳା ଅଭିଯୋଗ କରନ୍ତି ।ନିକଟ ଅତୀତରେ ଏକ ନଳକୂଅ ଖନନ ପାଇଁ ପଞ୍ଚାୟତ ତତ୍ତ୍ୱାବଧାନରେ ଆସି ପ୍ରାୟ ୧୦୦ଫୁଟ୍ ଯାଏଁ ଖନନ ପରେ ଅଧାରୁ ଛାଡ଼ି ଚାଲିଯିବା ଘଟଣାକୁ ନେଇ ୱାର୍ଡ଼ ବାସୀ ଅଭିଯୋଗ କରିଛନ୍ତି ।ଏଥର ଭୁର୍ଟି ପଞ୍ଚାୟତର ନୂତନ ସରପଞ୍ଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରୁପାଧର ଧରୁଆ ପଞ୍ଚାୟତର ସମସ୍ତ କାର୍ଯ୍ୟ ଉପରେ ମନମୁଖୀ ନୀତି ଅବଲମ୍ବନ କରୁଥିବା ଜଣାଇଛନ୍ତି ।ଗାଁରେ ସୋଲାର ପମ୍ପ ଯୋଗେ ପାଣି ଯୋଗାଇ ଦିଆଯିବା ବ୍ୟବସ୍ଥା ନାମକୁ ମାତ୍ର ।ଏହି ୱାର୍ଡ଼ ବାସୀ ୧ କି.ମି ଦୂର ଏକ ପରିତ୍ୟକ୍ତ କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି ।ସେହିପରି ଗାଧୋଇବାପାଇଁ ଏକ ଦୂଷିତ କାଦୁଅ/ପଙ୍କ ପୋଖରୀ ଉପରେ ନିର୍ଭର କରୁଛନ୍ତି ବା ଗାଧୋଉ ଛନ୍ତି ।ଯାହା ଫଳରେ ବିଭିନ୍ନ ଜଳବାହିତ ରୋଗ ହେବା ସମ୍ଭାବନା ରହିଛି ।ପାନୀୟ ଜଳ ସମସ୍ୟା ଦୂର ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଗାଁର ଶାନ୍ତିଲତା ପାତ୍ର, ଗିତାଞ୍ଜଳୀ ପାତ୍ର, ରଏନା ପାତ୍ର, ବନିତା ପାତ୍ର ସହ ଅନେକ ମହିଳା ଦାବି କରିଛନ୍ତି ।


ତେବେ ସରକାରଙ୍କ ତରଫରୁ ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ।ପ୍ରତ୍ୟେକ ଗାଁର ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ସରକାରଙ୍କ ମହତ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସରକାରଙ୍କ ଯୋଜନା ଫେଲମାରୁଛି ।




https://socialnewsodiaofficial.blogspot.com