09/MAY/2022


📌


BY: SRINIBASH ROUT

ପୁଣି ସ୍କୁଲକୁ ଫେରିଲା କରୋନା ସଂକ୍ରମଣ ।ରାୟଗଡାର କୋଟଲାଗୁଡା ସ୍ଥିତ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଅନ୍ୱେଷା ହଷ୍ଟେଲର ୪୪ଜଣ ଅନ୍ତେବାସୀ ଛାତ୍ର କରୋନା ପଜିଟିଭ୍ ହୋଇଥିବା ବେଳେ ବିଷମକଟକ ବ୍ଲକ୍ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ଜଣ ଛାତ୍ର ପଜିଟିଭ୍ ବାହାରିଥିବା ଜଣାପଡ଼ିଛି ।ବର୍ତ୍ତମାନ ଜିଲ୍ଲାରେ ୬୪ଜଣ ଏକାଥରକେ ପଜିଟିଭ୍ ବାହାରିଛନ୍ତି ।ତେବେ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇ ନ ଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଥିବା ଜଣାପଡ଼ିଛି ।ଖବର ପାଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ କାେଟଲାଗୁଡା ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ସ୍କୁଲ୍ କର୍ତୃପକ୍ଷଙ୍କ କହିବା ଅନୁସାରେ ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ୍ ପକ୍ଷରୁ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୪୪ ଜଣ ଛାତ୍ରଙ୍କ ନମୂନା ପଜିଟିଭ୍ ଆସିିଛି ।ହଷ୍ଟେଲ କର୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥିବା କହିଛନ୍ତି ହଷ୍ଟେଲ ମେଟ୍ରାନ ।ଅନ୍ୱେଷା ହଷ୍ଟେଲରେ ଅନ୍ତେବାସୀ ରାୟଗଡାର ୮ଟି ଇଂଜାରୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।ସେହିପରି ବିଷମକଟକ ବ୍ଲକ୍ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ର ପଜିଟିଭ୍ ବାହାରିଥିବା ଜଣାପଡ଼ିଛି ।ତେବେ ଏନେଇ ହଷ୍ଟେଲରେ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।



https://socialnewsodiaofficial.blogspot.com