30/MAY/2022
📌
BY: SRINIBASH ROUT
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ମାନବଧିକାର ପରିଷଦ ଜିଲ୍ଲା ଅଧିକାରୀ ନମିତା ପରିଡ଼ା (ମାଁ) ଙ୍କ ନେତୃତ୍ୱରେ ହୋଟେଲ୍ ସ୍ନୋକ୍ରିକ ଠାରେ ଏକ ଦିନିକିଆ ଶିବିର, ଓ ଦକ୍ଷତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଏଚଆରସି ଅଧକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାତୀୟ ସଭାପତି ଜବାହରଲାଲ ଓଝା, ରାଜ୍ୟ ସଭାପତି ନୀଳମାଧବ ମିଶ୍ର, ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ନନ୍ଦ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିମାନେ ନିଜ ନିଜ ର ବକ୍ତବ୍ୟ ମାଧ୍ୟମରେ ମାନବାଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।
ଜିଲ୍ଲାରେ ହେଉଥିବା ମାନବଅଧିକାର ଉଲଘଂନ କାର୍ଯ୍ୟ, ମୌଳିକ ଅଧିକାର ବିଷୟରେ ମାନବ ଅଧିକାର ପରିଷଦ ଅଧିକାରୀ ନମିତା ( ମାଁ) ଆଲୋକପାତ କରିଥିଲେ। ଏବଂ ଲୋକଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଗୁଡ଼ିକ କିଭଳି ଭାବରେ ସମାଧାନ କରାଯିବ ସେ ନେଇ ଆଲୋଚନା କରିଥିଲେ ।ଏଥି ସହିତ ମାନବଧିକାର ପରିଷଦର ଲକ୍ଷ ଓ ଆଭିମୁଖ୍ୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ଜିଲ୍ଲାରେ ଶୃଙ୍ଖଳା ଭିତିକ ନ୍ୟାୟ ସମ୍ପର୍ଣ୍ଣ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିବା ବେଳେ ଏଥିରେ ସମସ୍ତେ ହାତ ମିଳାଇ ଏକଜୁଟ ହୋଇ ଜିଲ୍ଲାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସନ୍ତୁ ବୋଲି କହିଥିଲେ ।ମୁଁ ସବୁବେଳେ ଜନସାଧାରଣ ଙ୍କ ସେବାରେ ଅଛି ବୋଲି ପ୍ରତିଶୃତି ଦେଇଥିଲେ Iକାର୍ଯ୍ୟକ୍ରମ କୁ ବ୍ଲକ୍ ସଂଯୋଜକ ରଞ୍ଜନ ସିଂ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ନମିତା ( ମାଁ) ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ “ଉଦୟ ଭାରତ” ର ସଭାପତି ସୁବ୍ରତ ମନ୍ତ୍ରୀ ଓ ସମ୍ପାଦକ ବିଜୟଲଷ୍ମୀ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବିଳାସିନି ନାୟକ , ସମିତି ସଭ୍ୟ କାଳୀପ୍ରସାଦ ମଳିକଙ୍କ ସମେତ ଜିଲ୍ଲାର ଶତାଧିକ ମହିଳା ପୁରୁଷ ଶିବିରରେ ଭାଗ ନେଇଥିଲେ I
https://socialnewsodiaofficial.blogspot.com
0 Comments