20/MAY/2022
📌
BY: SRINIBASH ROUT
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ ।ଆଉ ଏଭଳି ସମୟରେ ଏକ ୫-ଟି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।ସିଲିଙ୍ଗପଡା ଗ୍ରାମବାସୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛମୂଳରେ ପାଠ ପଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏପରିକି ଦିନେ ନୁହେଁ ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ଧରି ଖୋଲା ଆକାଶ ତଳେ ବସି କୋମଳମତି ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ବେଲପଡା ବ୍ଲକ୍ ଅନ୍ତର୍ଗତ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡା ଗାଁରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆମ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କ ଏତେ ବିତୃଷ୍ଣା ଭାବ କ’ଣ ପାଇଁ ବୋଲି ଗ୍ରାମବାସୀ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅନ୍ୟପଟେ ସ୍କୁଲରେ ଥିବା ଶିକ୍ଷୟିତ୍ରୀମାନେ ମଧ୍ୟ ଠିକ୍ ଭାବରେ ସ୍କୁଲକୁ ଆସୁନଥିବା ଅଭିଯୋଗ ହେଉଛି ।ସିଲିଙ୍ଗପଡାରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି ।ପଡ଼ାଠାରୁ ୧୫ କି.ମି ଦୂରରେ ଗାଁ ଓ ଗାଁ ସ୍କୁଲ୍ ।ପିଲାମାନେ ସ୍କୁଲକୁ ପାଠପଢି ଯିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବା ଫଳରେ ସିଲିଙ୍ଗପଡାଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ନୂତନ ପ୍ରାଥମିକ ସ୍କୁଲ୍ ଖୋଲା ହେଲା ।ଏଥିପାଇଁ ଦୁଇ ଶିକ୍ଷୟିତ୍ରୀ ମଧ୍ୟ ନିୟୋଜିତ ହେଲେ କିନ୍ତୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍କୁଲ୍ ଘରଟିଏ ହୋଇପାରି ନାହିଁ ।ଫଳରେ ଗଛମୂଳ ହିଁ ପିଲାଙ୍କ ବିଦ୍ୟାଳୟ ପାଲଟିଛି ।ଲୋକମାନଙ୍କ ଜନଗହଳି ଓ ଖୋଲା ଆକାଶ ତଳେ ପାଠପଢ଼ା ଚାଳୁଥିବାରୁ ବହୁ ପିଲା ପାଠ ପଢ଼ିବାକୁ ଆସୁନଥିବା ଅଭିଭାବକ ମାନେ କହିଛନ୍ତି ।ଅନ୍ୟ ପଟେ ରାଜ୍ୟ ସରକାର ୫ଟି ଅଧିନରେ ସ୍କୁଲ୍ ଗୁଡିକୁ ରୁପାନ୍ତର କରିଛନ୍ତି ।ଗ୍ରାମାଞ୍ଚଳ ପିଲାମାନେ ଚାକଚକ୍ୟ ପରିବେଶ ଭିତରେ ରହି ଗୁଣାତ୍ମକ ଏବଂ ଉନ୍ନତମାନର ଶିକ୍ଷା ଗ୍ରହଣ କରିବେ ସେ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ମଣ୍ଡଳର ଏହି ସିଲିଙ୍ଗପଡାର ଛାତ୍ରଛାତ୍ରୀମାନଙ୍କୁ ଦେଖିଲେ ଯୋଜନାର ଲାଭ କୁଆଡେ଼ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପାଖରେ ବିଦ୍ୟୁତ୍ ଖୁଣ୍ଟ, ବର୍ଷା, ଶୀତ, କାକର ସବୁବେଳେ ଗଛ ପାଲଟିଛି ପିଲାଙ୍କ ସାହାରା ।ଏନେଇ ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଦ୍ଧଙ୍କୁ ପଚରାଯିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ ।ଅନ୍ୟ ପଟେ ତୁରନ୍ତ ସ୍କୁଲ୍ ନିର୍ମାଣର ପାଇଁ ପଡ଼ାର ନବିନ ଜାଲ, ରମଣି କୁଅଁର, ଜମା ମାହାର, ସୁବାସିନୀ ଠେଲା, ଗର୍ଜ ମଲ୍ଲିକ, ପରମେଶ୍ଵର ଖର୍ସେଲ, ରାମଦାସ ଚିର୍ଗୁନ୍ଙ୍କ ସମେତ ଅନ୍ୟମାନେ ଦାବୀ କରିଛନ୍ତି ।ଏହାର ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
https://socialnewsodiaofficial.blogspot.com
0 Comments