18/MAY/2022
📌
BY: SRINIBASH ROUT
ଗରିବ ସୀମା ରେଖା ତଳେ ଥିବା ପରିବାରଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରିବା ସହ ଗରିବଙ୍କ ସ୍ୱାର୍ଥ ସାଧନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟରେ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀମାନେ ଉକ୍ତ ଯୋଜନାରୁ ବଂଚିତ ହେଉଛନ୍ତି ।ବୟସର ଅପରାହ୍ନରେ ସରକାରୀ ସହାୟତା ପାଇଁ ଦୌଡ଼ି ଦୌଡ଼ି ଦେହ ଅବସନ୍ନ ହୋଇ ପଡୁଥିଲେ ବି ପ୍ରତିକାର ବଦଳରେ ମିଳୁଛି କେବଳ ଶସ୍ତା ପ୍ରତିଶୃତି। ଯାହା ଗରିବ ଅସହାୟଙ୍କ ପାଇଁ ଅଦରକାରୀ। ଏଭଳି ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ତଥା କାଶୀପୁର ପଞ୍ଚାୟତରେ ।ପ୍ରାୟ ତିନି ମାସ ରୁ ଚାରି ମାସ ପାଖା ପାଖି ହେବ ହିତାଧିକାରୀ ମାନେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇନଥିବାର ପ୍ରକାଶ କରିଛନ୍ତି। ଗତକାଲି ଅର୍ଥାତ୍ ୧୭ ତାରିଖ ମଙ୍ଗଳବାର କାଶୀପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପ୍ରାୟ ୧୦୦ ପାଖାପାଖି ବୃଦ୍ଧା ମହିଳା ଏବଂ ପୁରୁଷ ମାନେ ୩ ରୁ ୪ ମାସ ର ଭତ୍ତା ଟଙ୍କା ପାଇବାର ଆଶାରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଜାଇଥିଲେ ,କିନ୍ତୁ କାଶୀପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ହିତାଧିକାରୀଙ୍କୁ ନିକଟ ଜନ ସେବା କେନ୍ଦ୍ର କୁ ଯାଇ ତାଙ୍କ ବ୍ୟାଙ୍କ୍ ଖାତା ବା ପାସ୍ ବୁକ୍ ନିରୀକ୍ଷଣ କଲାପରେ ଟଙ୍କା ସେଠାରେ ବଣ୍ଟନ କରିବେ ବୋଲି ରାସ୍ତା ରେ ଭିଡବାନ୍ଦୀ ଯାଉଥିବା ବାର୍ଦ୍ଧକ୍ୟ ଲୋକେ ପ୍ରକାଶ କରିଥିଲେ। ପୁଣି ୩ ରୁ ୪ ମାସ ବିତିଗଲାଣି ଟଙ୍କା ପାଇ ନ ଥିବାର ମଧ୍ୟ ଦର୍ଶାଇଛନ୍ତି, ବିଭିନ୍ନ ଆଳ ଦେଖାଇ ବାବୁ ମାନେ କେତେବେଳେ ବ୍ୟାଙ୍କ୍ କୁ ତ କେତେବେଳେ ପଞ୍ଚାୟତ କାର୍ଯ୍ୟାଳୟ କୁ ପୁଣି କେତେବେଳେ ଗ୍ରାହକ ସେବା କେନ୍ଦ୍ରକୁ ଏହି ବୟସ୍କା ଲୋକଙ୍କୁ ଦିନ ଦିପହର ଟାଣୁଆ ଖରାରେ ବୁଲାଉଛନ୍ତି ବୋଲି କ୍ଷୁବ୍ଧ ପ୍ରକାଶ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତି କ୍ରମେ ବିଡିଓ ଶ୍ରୀ କର ପ୍ରଥମ ଥର ପାଇଁ ଏନେସପି ଯୋଜନା ମଧ୍ୟରେ ଟଙ୍କା ଟ୍ରାନ୍ସଫର କରାଯାଇଛି ଏହା ଏକ ଟ୍ରାଏଲ ବେଶିଷ ରେ କିଛି ଲୋକଙ୍କୁ ଡକାଯାଇଛି,ଏବଂ କିଛି ଅଭିଯୋଗ ଥାଏ ତେବେ ତଦନ୍ତ କରି କିଛି ମାସର ବକେୟା ଭତ୍ତା ଟଙ୍କା ଲୋକଙ୍କୁ ଦିଆଯିବ, କିନ୍ତୁ ଟଙ୍କା ଉଠା ଯାଇଛି ଆଉ ଲୋକଙ୍କୁ ଦିଆ ଯାଉଥିବା ପ୍ରକାଶ କରିଛନ୍ତି ବିଡ଼ିଓ ।ଏପଟେ କାଶୀପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଇ ମାସ ର ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ପହଞ୍ଚି ନ ଥିବାର ପ୍ରକାଶ କରି ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି ।
ରାଜ୍ୟ ସରକାରଙ୍କ ଫାଇଭ ଟି ଓ ମୋ ସରକାର ଆଧାରରେ ବିଭାଗୀୟ କାର୍ଯ୍ୟ ଖସଡ଼ା କାର୍ଯ୍ୟକାରୀ ନ ହେଉଥିବା ଯୋଗୁଁ ଏ ଭଳି ଅନେକ ବ୍ୟତିକ୍ରମମାନ ଦେଖାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ତୁରନ୍ତ ଜିଲ୍ଲା ପ୍ରଶାସନ ବୃଦ୍ଧା ମହିଳା ଏବଂ ପୁରୁଷ ମାନଙ୍କୁ ଭତ୍ତା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
https://socialnewsodiaofficial.blogspot.com
0 Comments