17/MAY/2022


📌


BY: SRINIBASH ROUT

ମହାମାରୀରେ ଜୀବନ ଜୀବିକା ଟ୍ରାକ ବାହାରକୁ ଚାଲିଯାଇଥିଲା ।ବିଶେଷ କରି ବ୍ୟବସାୟ ଓ ପାଠପଢ଼ା ପ୍ରଭାବିତ ହୋଇଥିଲା ।ବର୍ତ୍ତମାନ ସ୍ଥିତିରେ ସୁଧାର ଅସିବା ପରେ ପାଠପଢ଼ା ଆରମ୍ଭ ହୋଇଛି ।ହେଲେ ହୋଇଥିବା ପାଠପଢ଼ା କ୍ଷତି ଭରଣା ପାଇଁ ଯେତିକି ସମୟର ପାଠପଢ଼ା ହେବା କଥା ହେଉନାହିଁ ।ସେଥିପାଇଁ ସ୍କୁଲ୍ ପାଠପଢ଼ା ସମୟ ବୃଦ୍ଧି କରିବା ସପକ୍ଷରେ ରହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (State Commission for Protection of Child Rights) ।ଏ ନେଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।ସ୍କୁଲ୍ ରେ ପାଠପଢ଼ା ସମୟ ସକାଳ ୬ଟାରୁ ୯ଟା ପରିବର୍ତ୍ତେ ସକାଳ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।ଏହି ଅବଧି ବଢ଼ିଲେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ ବୋଲି ମତ ପ୍ରକାଶ କରିଛନ୍ତି ।ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଙ୍କ ଏହି ପରାମର୍ଶକୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି ।ତେବେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ।ବର୍ତ୍ତମାନ ପାଣିପାଗରେ ପରିବର୍ତ୍ତନ ହେବାରୁ ଏବଂ ତାପମାତ୍ରା ହ୍ରାସ ପାଇଥିବାରୁ ସ୍କୁଲ୍ ପାଠପଢ଼ା ଅବଧୀକୁ ବୃଦ୍ଧି କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି ।


(ମୋଟ୍ ୨୭ ଦିନ କାର୍ଯ୍ୟ ଦିବସ ମଧ୍ୟରୁ ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ଯୋଗୁଁ କାର୍ଯ୍ୟ ଦିବସ କମିଛି) 




https://socialnewsodiaofficial.blogspot.com