23/MAY/2022
📌
BY: SRINIBASH ROUT
ଜମି ବିବାଦକୁ ନେଇ ରାଜସ୍ବ ନିରୀକ୍ଷକଙ୍କୁ ଟଣାଓଟରା ଅଭିଯୋଗ। ଗଜପତି ଜ଼ିଲ୍ଲା ମୋହନା ମୌଜାର କେହେଲିକୂଆ ଗ୍ରାମର ଏକ ଜଙ୍ଗଲ ଜମିକୁ ନେଇ ବୁଡ୍ରିଙ୍ଗ ଗ୍ରାମର ପ୍ରେମାନନ୍ଦ ନାୟକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।ଫଳରେ ଏକ ବର୍ଷ ପୂର୍ବେ ମୋହନା ତହସିଲ୍ ପକ୍ଷରୁ ଉକ୍ତ ଅଞ୍ଚଳର ୫ ସେଣ୍ଟ ଜାଗାରେ ନାଲି ପତାକା ପୋତା ଯାଇଥିଲା ।mohanକ
aକିନ୍ତୁ ବର୍ତ୍ତମାନ ସେହି ସ୍ଥାନକୁ ପଟ୍ଟା କରାଯାଇଥିବା ଅଭିଯୋଗ କରି କେହେଲିକୁଆ ଗ୍ରାମବାସୀ ଆଜି ଅର୍ଥାତ୍ ସୋମବାର ୨୩ ତାରିଖ ମୋହନା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କୁ ଯାଇ ରାଜସ୍ବ ନିରୀକ୍ଷକ ଦୁର୍ଗା ଚରଣ ଶତପଥୀ ଙ୍କୁ ଟଣା ଓଟରା କରିଥିଲେ ଫଳରେ ରାଜସ୍ବ ନିରୀକ୍ଷକ ନିଜ ସୁରକ୍ଷା ପାଇଁ ମୋହନା ଥାନାକୁ ଦୌଡ଼ି ଦୌଡି ଆସିଥିଲେ ।ତେବେ ଉକ୍ତ ଜମି ଜଙ୍ଗଲ ଜମି ହୋଇଥିବା ଯୋଗୁଁ ତାହା ପଟ୍ଟା ହୋଇପାରିବନାହିଁ ବୋଲି ରାଜସ୍ବ ନିରୀକ୍ଷକ କହିଛନ୍ତି। ସରକାରୀ ନିୟମ ମୁତାବକ ପ୍ରେମାନନ୍ଦ ନାୟକ ଉକ୍ତ ଜାଗା ର ପେନାଲ୍ଟି ବନ୍ଧୁଥିବା ଜଣାପଡ଼ିଛି। ତେବେ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ ।
https://socialnewsodiaofficial.blogspot.com
0 Comments