04-MAY-2022


📌


BY: SRINIBASH ROUT

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।ବେଆଇନ୍ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗାଁର ବିଦ୍ୟାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଅବକାରୀ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ପ୍ରଦାନ କରିଛନ୍ତି ।ଗିରଫ ବ୍ୟକ୍ତିଙ୍କ ବାସଗୃହ ସମେତ ତାଙ୍କର ବିଭିନ୍ନ ଗୋଦାମ ଗୃହରୁ ଅବକାରୀ ବିଭାଗର ଏକ ଟିମ୍ ୫୨ ବସ୍ତା ମହୁଲ ଯାହାର ଓଜନ ୧୫୬୦ କିଲୋ ତାହା ଜବତ କରିଥିବା ଜଣାପଡ଼ିଛି ।


ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡି ଥାନା ସିମନବାଡ଼ି ଗାଁରେ ବିଦ୍ୟାଧର ସାହୁ ବିନା ଲାଇସେନ୍ସରେ ମହୁଲ କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ରାଇକିଆ ଅବକାରୀ ଟିମ୍ ଓ ବାଲିଗୁଡ଼ା ଅବକାରୀ ଟିମ୍ ମିଳିତ ଭାବେ ଚଢ଼ାଉ କରି ବିଦ୍ୟାଧର ସାହୁଙ୍କୁ ଗିରଫ କରିବା ସହ ୧୫୬୦ କିଲୋ ମହୁଲ ଜବତ କରିଥିଲେ ।


https://socialnewsodiaofficial.blogspot.com