09/MAY/2022
📌
BY: SRINIBASH ROUT
ଏଲଆଇସି (LIC) ର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ। ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍ଭି ରୋଡ଼ ଏଲଆଇସି (LIC) ର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଅଧିକ ମାତ୍ରାରେ ଥିଲା ନିଆଁକୁ ଆୟତ କରିବା ମୁସ୍କିଲ ହୋଇପଡ଼ିଥିଲା ।ଦମକଳ ଗାଡ଼ି ଆସିବା ପୂର୍ବରୁ ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଅଫିସର ସମସ୍ତ କାଗଜପତ୍ରରୁ ନେଇ ଫର୍ଣ୍ଣିଚର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନଥିବାବେଳେ ୩ ଘଣ୍ଟାର କସରତ ପରେ ୮ ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କୁ ଆଣିଥିଲେ।
ସୂଚନା ଅନୁସାରେ, ଶନିବାର ୦୭ ତାରିଖ ସକାଳ ପ୍ରାୟ ୭ଟାରେ ଏଲଆଇସି (LIC) ଅଫିସ୍ ବିଲଡିଂରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାଙ୍କୁ ବ୍ୟାପିଥିଲା ।
0 Comments