09/June/2022
📌
BY: SRINIBASH ROUT
ପାକିସ୍ତାନୀ ସାଂସଦ ତଥା ପ୍ରସିଦ୍ଧ ଟିଭି ଆଙ୍କର ଆମିର ଲିୟାକତ ଆଉ ନାହାନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।ମିଡ଼ିଆ ରିପୋର୍ଟ ଅନୁଯାୟୀ କରାଚୀ ସ୍ଥିତ ବାସଭବନରେ ତାଙ୍କ ମୃତ ଦେହ ମିଳିଥିଲା ।ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ଜିୟୋ ନୁ୍ୟଜର ଏକ ରିପୋର୍ଟ୍ ଅନୁଯାୟୀ ବୁଧବାର ଅର୍ଥାତ୍ ୦୮ ତାରିଖ ବିଳମ୍ବିତ ରାତିରେ ଆମିର ଲିକାୟତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା ।ତାଙ୍କୁ ହସ୍ପିଟାଲ୍ ନେବା ପାଇଁ କୁହାଯିବାରୁ ସେ ମନା କରିଦେଇଥିଲେ ।କିଛି ସମୟ ପରେ ତାଙ୍କ ରୁମରୁ ଚିଲେଇବା ଆୱାଜ ଆସିଥିବାର ତାଙ୍କ ଘର ଚାକର କହିଥିଲା ।ତାଙ୍କ ମାଲିକ ଚେତାଶୂନ୍ୟ ପଡ଼ିଥିବାର ଦେଖି ଶୀଘ୍ର ହସ୍ପିଟାଲକୁ ନିଆଯାଇଥିଲା ।କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।୨୦୧୮ ମସିହା ମାର୍ଚ୍ଚରେ ଆମିର ଲିୟାକତ ଇମରାନ୍ ଖାନଙ୍କ ଦଳ ଛାଡ଼ି ପିଟିଆଇରେ ଯୋଗ ଦେଇଥିଲେ ।ଏହା ପରେ ସେ କରାଚୀର ସାଂସଦ ହୋଇଥିଲେ ।ତେବେ ତାଙ୍କ ବିବାହ ଏବଂ ଛାଡ଼ପତ୍ରକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ ।
https://socialnewsodiaofficial.blogspot.com
0 Comments