02/June/2022


📌


BY: SRINIBASH ROUT

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଖବରକୁ ଖାରଜ କରିଛନ୍ତି ।ଗାଙ୍ଗୁଲି କହିଛନ୍ତି, ସେ ବିସିସିଆଇ ସଭାପତି ବା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନାହାଁନ୍ତି। ନା ଏ ବିଷୟରେ ସେ ଚିନ୍ତା କରୁଛନ୍ତି। ମୁଁ ଏମିତି କିଛି ଆରମ୍ଭ କରିବାକୁ ଯୋଜନା କରୁଛି ଯାହା ବହୁତ ଲୋକଙ୍କୁ ସାହାଯ୍ୟ କରିବ। ମୁଁ ଏକ ନୂତନ ଏଜୁକେସନ ଆପ୍ ବିଶ୍ଵବ୍ୟାପୀ ଲଞ୍ଚ କରିବାକୁ ଯାଉଛି। ଏହା ବାଦ୍ ମୋ'ର ଅନ୍ୟ କୌଣସି ଯୋଜନା ନାହିଁ। 'କ୍ରିକେଟ୍ ରେ ୨୦୨୨ ବର୍ଷ ମୋ'ର ୩୦ ତମ ବର୍ଷ ।ମୁଁ ୧୯୯୨ ରେ ଖେଳିବା ଆରମ୍ଭ କରିଥିଲି, ସେବେଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି ।ତାଙ୍କ ପୂର୍ବରୁ 'ବିସିସିଆଇ ସେକ୍ରେଟାରୀ ବା ସମ୍ପାଦକ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଥିଲେ ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। କେତେକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗାଙ୍ଗୁଲି ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ।ଭାରତର ଏହି ସଫଳ ଅଧିନାୟକଙ୍କୁ ବିଜେପି ରାଜ୍ୟସଭା ପଠାଇବା ପାଇଁ ଚାହୁଁଛି ।


କହି ରଖୁଛୁ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା ।ନିର୍ବାଚନ ପୂର୍ବରୁ ଏପରି ଆଲୋଚନା ହୋଇଥିଲା ଯେ ବିଧାନସଭା ନିର୍ବାଚନରେ ​​ବିଜେପି ଗାଙ୍ଗୁଲିଙ୍କୁ ଚେହେରା କରିପାରେ ।ତେବେ ଗାଙ୍ଗୁଲି ଏହାକୁ ଅସ୍ୱୀକାର କରି କୌଣସି ଦଳରେ ଯୋଗ ଦେଇନଥିଲେ ।ନିକଟରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ବିଧାନସଭା ନିର୍ବାଚନ ପରେ ବଙ୍ଗଳା ଗସ୍ତରେ ଯାଇଥିଲେ, ସେତେବେଳେ ସେ 'ଦାଦା'ଙ୍କ ଘରେ ରାତ୍ରୀ ଭୋଜନ କରିଥିଲେ ।ଯେତେବେଳେ ଅମିତ୍ ଶାହାଙ୍କୁ ଭେଟିବା ବିଷୟରେ ଗାଙ୍ଗୁଲିଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ରାତ୍ରୀ ଭୋଜନକୁ ନେଇ ରାଜନୈତିକ ଲିଙ୍କ କରାଯିବା ଉଚିତ୍ ନୁହେଁ ।୨୦୧୯ ଅକ୍ଟୋବରରେ ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେଇଥିଲେ ସୌରଭ ଗାଙ୍ଗୁଲି। ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ସେପ୍ଟେମ୍ବରରେ ସରୁଛି।



https://socialnewsodiaofficial.blogspot.com