02/June/2022
📌
BY: SRINIBASH ROUT
ନନ୍ଦନକାନନରୁ ପୁଣି ଥରେ ଆସିଛି ଦୁଃଖ ଖବର। ଗତ ୨୮ ତାରିଖରେ ସାପ କାମୁଡ଼ାରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିଲା। ବୁଧବାର ୦୧ ତାରିଖ ଏକ ଭାଲୁର ମୃତ୍ୟୁ ହୋଇଯାଇଛି। ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣା ଯାଇଥିଲା ।ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ଘଟିଛି ।ଭାଲୁର ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି ।
ଚଳିତ ମାସ ୪ ତାରିଖରେ ଭାଲୁଟି ଗୁଳିବଦ୍ଧ ହୋଇ ଜଙ୍ଗଲରେ ପଡ଼ିଥିବା ଖବର ପାଇ ଜୟପୁର ବନବିଭାଗ ତାକୁ ଉଦ୍ଧାର କରିଥିଲା ।ଆସିବା ଦିନଠାରୁ ଠିକ୍ ଭାବରେ ସେ ଖାଦ୍ୟପେୟ ଗ୍ରହଣ କରୁନଥିଲା ।ପଛ ଦୁଇ ଗୋଡ଼ ଅଚଳ ହୋଇପଡିଥିଲା ।ନନ୍ଦନକାନନ କର୍ତ୍ତୃପକ୍ଷ ଓ ପଶୁ ଡ଼ାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାକୁ ବଞ୍ଚାଇ ରଖିବା ସମ୍ଭବ ହୋଇନି ।ଭାଲୁଟି ଶିକାରୀ ଗୁଳିରେ ଆହତ ହୋଇଥିଲା ।ତା ଛାତିରେ ଗୁଳି ବାଜିଥିବାରୁ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ଆଣି ଛାତିରୁ ଗୁଳି ବାହାର କରାଯାଇଥିଲା ।ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇ ତାର ଚିକିତ୍ସା କରାଯାଉଥିଲା ।ଗତ ୨୮ ତାରିଖରେ ସାପ କାମୁଡ଼ାରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଥିଲା ।
........................
ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା - ୬ମାସରେ ୨୦ରୁ ଅଧିକ ମୃତ୍ୟୁ
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା ।
ଜାନୁଆରୀରୁ ଏପର୍ଯ୍ୟନ୍ତ ୨୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି ।ଅଜଣା ରୋଗରେ ମୃତ୍ୟୁ ଘଟିଥିବା ବେଳେ ବାହାର ଜନ୍ତୁଙ୍କ ଆଘାତ ଦ୍ୱାରା ପ୍ରାଣ ହରାଉଛନ୍ତି ଜୀବଜନ୍ତୁ, ଏଥି ସହ ଏକାଧିକ ବନ୍ୟଜନ୍ତୁ ଅସୁସ୍ଥ ମଧ୍ୟ ହୋଇପଡ଼ିଛନ୍ତି। ପ୍ରତି ସପ୍ତାହରେ OUATର ବିଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି କିନ୍ତୁ ବିପଦ ଟଳିନି। ଗତ ମାସରେ ବାଘ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଅନେକ ଜୀବଜନ୍ତୁ ଅସୁସ୍ଥ ହୋଇପଡ଼ିଛନ୍ତି। ମାତ୍ର ଅଢ଼େଇ ମାସ ମଧ୍ୟରେ ୪ ଟି ବାଘଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ସମସ୍ତ ୪ଟି ବାଘଙ୍କ ବୟସ ଏକ ବର୍ଷରୁ କମ୍ ।
https://socialnewsodiaofficial.blogspot.com
0 Comments