04/June/2022


📌


BY: SRINIBASH ROUT 

ଗଞ୍ଜାମ ଜିଲ୍ଲାର 5T ରୁପାନ୍ତରିତ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ଜଡିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୂଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ ବ୍ଳକର ଯେଉଁ ୫୦ଟି ବିଦ୍ୟାଳୟର ରୁପାନ୍ତରୀକରଣ ହୋଇ ସାରା ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ସେହି ୫୦ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏହି ତାଲିମ୍ ପ୍ରଦାନ କରାଯାଉଛି। ଓଡ଼ିଶା ସରକାରଙ୍କ ସୁଚନା ପ୍ରଯୁକ୍ତି (ଆଇଟି) ବିଭାଗ ଅଧିନସ୍ଥ ସଂସ୍ଥା ଓଡ଼ିଶା ନଲେଜ୍ କର୍ପୋରେସନ ପକ୍ଷରୁ ହିଞ୍ଜିଳିକାଟୁ ପୋୖର ପରିଷଦ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ “ସ୍ମାର୍ଟ୍ ଶିକ୍ଷକ” ତାଲିମ୍ ପ୍ରଦାନ କରାଯାଉଛି। ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୭ ଜଣ ସାଧନ କର୍ମୀ (ରିସୋର୍ସ ପର୍ସନ) ମଧ୍ଯ ସାମିଲ୍ ଅଛନ୍ତି। ତାଲିମ୍ କାର୍ଯ୍ୟକ୍ରମକୁ ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତିଙ୍କ ନେତୃତ୍ବରେ ପ୍ରଦାନ କରାଯିବା ବେଳେ ଶେଷ ଦିବସରେ ଓକେସିଏଲର ମୂଖ୍ଯ କାର୍ଯ୍ଯାଳୟର ମୂଖ୍ଯ ପରାମର୍ଶଦାତା ଡ଼କ୍ଟର କଲ୍ୟାଣ ପ୍ରସାଦ ଦାଶ, ଆଞ୍ଚଳିକ ପରିଚାଳକ ଅଂଶୁମାନ ସର ଓ ସଚିକାନ୍ତ ରାଉତ ଯୋଗ ଦେଇ ବ୍ୟକ୍ତିତ୍ବ ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ ସମସ୍ତ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ତାଲିମ୍ ପ୍ରାପ୍ତ ସାଧନ କର୍ମୀ ମାନେ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ତାଲିମ୍ ପ୍ରଦାନ କରାଯିବାର ଲକ୍ଷ୍ଯ ରଖା ଯାଇଛି। ଏହି ତାଲିମ୍ ଶିବିରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଏହି ତାଲିମ୍ ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ, ପିଡି ସିନ୍ଧେ ଦତାତ୍ରେୟ୍, ଜିଲ୍ଲା ଶିକ୍ଷାଧିକରି ବିନିତା ସେନାପତିଙ୍କୁ ଧନ୍ଯବାଦ ଜଣାଇଛନ୍ତି ।



https://socialnewsodiaofficial.blogspot.com