10/June/2022
📌
BY: SRINIBASH ROUT
ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ବାଚସ୍ପତି ବିଜେଡ଼ି ପକ୍ଷରୁ ବିକ୍ରମ କେଶରୀ ଆରୁଖ ।ଏ ନେଇ ପ୍ରାର୍ଥୀ ବିକ୍ରମ ଆରୁଖ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ନାଁକୁ ପ୍ରସ୍ତାବ କରିଥିବା ଯୋଗୁଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ଯେଉଁ ପରମ୍ପରା ଓ ଗାରିମା ରହିଛି ତାକୁ ବଜାୟ ରଖିବା ପାଇଁ ମୁଁ ନିଶ୍ଚିତ ଚେଷ୍ଟା କରିବି ।ନିକଟରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା ।ତେବେ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ବିଜେଡ଼ି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ।ଅନ୍ୟପକ୍ଷରେ ଆଗାମୀ ୧୩ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ।ସେହିଦିନ ନୂଆ ବାଚସ୍ପତି ଶପଥ ନେବେ ବୋଲି ଜଣାପଡ଼ିଛି ।ଅନ୍ୟ ରାଜନୈତିକ ଦଳର ସଂଖ୍ୟା ଗରିଷ୍ଠ ବିଧାୟକ ନଥିବାରୁ ଆଉ କେହି ନାମାଙ୍କନପତ୍ର ଦାଖଲ କରିବେନି ବୋଲି ଜଣାପଡ଼ିଛି। ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବାଚସ୍ପତିଙ୍କର ଇସ୍ତଫା ମାଗିଥିବା ବେଳେ ଜୁନ୍ ୪ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ ସୂର୍ଯ୍ୟନାରାୟଣ ପାତ୍ର ।ଶ୍ରୀ ପାତ୍ର ବିଜେଡ଼ି ସରକାରର ପଞ୍ଚମ ପାଳିରେ ପ୍ରାୟ ତିନିବର୍ଷ ପାଇଁ ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ I
https://socialnewsodiaofficial.blogspot.com
0 Comments