07/June/2022
📌
BY: SRINIBASH ROUT
କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଜିତେନ୍ଦ୍ର ସିଂ ଗିରଫ।ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ପଞ୍ଚାୟତ ବାଘମରା ଗ୍ରାମର ଜିତେନ୍ଦ୍ର କୁମାର ସିଂ (୪୭)ବିଭିନ୍ନ ଲୋକଙ୍କୁ ମିଠାମିଠା କଥା କହି ତାଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ପର୍ଯ୍ୟାୟକ୍ରମେ କୋଟି କୋଟି ଟଙ୍କା ଠକିନେବା ଅଭିଯୋଗରେ କୋଲିୟରୀ ପୋଲିସ ଉକ୍ତ ଠକକୁ ଗିରଫ କରିଥିବା ଘଟଣା ସେହି ଅଞ୍ଚଳରେ ମୁଖ୍ୟ ପ୍ରସଙ୍ଗ ହୋଇଛି ।ଘଟଣାରୁ ପ୍ରକାଶ ସେଟ୍ରାଂଲ କଲୋନୀର ଜୈନିକ ଶରତ ଚନ୍ଦ୍ର ସାହୁଙ୍କୁ ମିଠା ମିଠା କଥା କହି ନିଜ ଜାଲରେ ଫସାଇ ପ୍ରଥମେ ଉଚ୍ଚ ବେତନରେ କମ୍ପାନୀରେ ନିଯୁକ୍ତି ଦେବା ନାମରେ ନଗଦ ୨ଲକ୍ଷ ଓ ପରେ ବିକ୍ରି ସୂତ୍ରରେ ଏକ ଘର ଦେବାପାଇଁ କହି ଅନ୍ୟଘରକୁ ଦେଖାଇ ୬ଲକ୍ଷଟଙ୍କା ଠକିନେଇ ଚମ୍ପଟ ମାରିଥିଲେ ।ଏସମ୍ପର୍କରେ ଶ୍ରୀ ସାହୁ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବିଳମ୍ବିତ ରାତ୍ରୀରେ କୋଲିୟରୀ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସଦଳବଳେ ଠକଙ୍କ ଘରେ ଆତର୍କିତ ଚଢ଼ାଉ କରି ସିଂଙ୍କୁ ଥାନାକୁ ଆଣିଥିଲେ ।ତାକୁ ପଚାରା ଉଚରା ପରେ ସେ ଗୋଟାଏ ପରେ ଗୋଟାଏ ସମସ୍ତ ଠକେଇର ଗୁମର ଖୋଲିଥିଲା ।ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
https://socialnewsodiaofficial.blogspot.com
0 Comments