02/June/2022
📌
BY: SRINIBASH ROUT
ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମନମାନି କାର୍ଯ୍ୟ ବଢ଼ାଉଛି ସମସ୍ୟା। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ଅଧିନସ୍ଥ ଧାମରା-ଚୌଧୁରୀ ରାସ୍ତା ମରାମତି କାର୍ଯ୍ୟର ଶିଳାନ୍ୟାସକୁ ଇତି ମଧ୍ୟରେ ୭ମାସ ବିତିଲା ମାତ୍ର ଆରମ୍ଭ ହୋଇ ପାରିଲା ନାହିଁ ଏହି କାର୍ଯ୍ୟ। ଗତ ନଭେମ୍ବର ମାସରେ ଚାନ୍ଦବାଲି ବିଧାୟକ ନିଜର ମାରାଥନ ଶିଳାନ୍ୟାସ ଉତ୍ସବରେ ଏହି ରାସ୍ତା କାର୍ଯ୍ୟ ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ଦୃଢ଼ତାର ସହ କହିବା ସହ ଏହି କାର୍ଯ୍ୟ ନଭେମ୍ବର ମାସ ଶେଷ ସୁଦ୍ଧା ଶେଷ ହେବ ବୋଲି ମଧ୍ୟ ଏହି ଶିଳାନ୍ୟାସ ଉତ୍ସବରେ ନିଜର ବକ୍ତବ୍ୟ ରଖିଥିଲେ। ଶିଳାନ୍ୟାସକୁ ଇତି ମଧ୍ୟରେ ୭ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଏହାର କାରଣ ବୁଝିବାକୁ ଯାଇ ଜଣାଯାଇଛି ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାକାର୍ଯ୍ୟ ପାଇଁ ଟେଣ୍ଡର କରିବା ସହ କାର୍ଯ୍ୟ କରିବା ପାଇଁ ସଂପୃକ୍ତ ଠିକାଦାର ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ମଧ୍ୟ ହୋଇସାରିଛି। ଚୁକ୍ତପତ୍ର ସ୍ୱାକ୍ଷରିତ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପୃକ୍ତ ଠିକାଦାରଙ୍କୁ କିଛି କହିପାରୁ ନାହିଁ କି ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେଇ ପାରୁ ନାହିଁ। ଏହା ଫଳରେ ଦୈନିକ ଧାମରା ବନ୍ଦର କୁ ଶହ ଶହ ଲୋକ ଏହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ ଏହି ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି। ଶିଳାନ୍ୟାସ ଉତ୍ସବର ୭ମାସ ମଧ୍ୟରେ କାର୍ଯ୍ୟ ହୋଇ ପାରି ନଥିବା ସହ ଆଗାମୀ ମୌସୁମୀ ବର୍ଷାରେ ମଧ୍ୟ ଏହି ରାସ୍ତା କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଚର୍ଚା ଚାଲିଛି ଫଳରେ ବର୍ଷା ଦିନରେ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ବନ୍ଦ୍ ହୋଇଯିବ ବୋଲି ଅଞ୍ଚଳବାସୀ ଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ ତାହା ର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଧାମରା ପଞ୍ଚାୟତର ବିଜେପି ସଭାପତି ପ୍ରଦ୍ୱୀପ ରାଉତ ଦାବି ଜଣାଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ନଭେମ୍ବର ମାସରେ ହୋଇଥିବା ଶିଳାନ୍ୟାସ ଉତ୍ସବରେ ଶାସକ ଦଳର ଭଦ୍ରକ ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପରିଷଦ ସଭାପତି ଦ୍ୱିଜବର ରାଉତ, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞନ କୁମାର ସାହୁ, ନରେଶ ମାଝୀ, ଶରତ ସାହୁ ପ୍ରମୁଖ ଉପସ୍ଥିତ ଥିିବା ବେଳେ କେଉଁ ପରିସ୍ଥିତିରେ ଶାସକ ଦଳର କଥା ମଧ୍ୟ ପାଣିରେ ଗାର ସଦୃଶ ହୋଇ ରହିଯାଉଛି ତାହା ସାଧାରଣରେ ଚର୍ଚା ଚାଲିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଠିକାଦାର ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
https://socialnewsodiaofficial.blogspot.com
0 Comments