03/June/2022


📌


BY: SRINIBASH ROUT

ରାଜଧାନୀ ଭୁବନେଶ୍ୱରେ ସ୍ୱାଇନ୍ ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଭୁବନେଶ୍ୱର ୟୁନିଟ୍ ୪ ଅଞ୍ଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଜଣେ ପୁରୁଷ ୩୭ ବର୍ଷୀୟ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟ ମହିଳା ।ପ୍ରାୟ ୨ ବର୍ଷ ପରେ ରାଜ୍ୟକୁ ଫେରିଛି ସ୍ୱାଇନ୍ ଫ୍ଲୁ ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।ତାଙ୍କ ମତରେ ସାଧାରଣତଃ ପ୍ରାକ୍ ମୌସୁମୀ ଓ ଶୀତଦିନେ ସ୍ୱାଇନ୍ ଫ୍ଲୁ ଦେଖା ଦେଇଥାଏ ।ତେବେ ଦୁଇ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।୨୦୧୯ ପରଠାରୁ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ରୋଗୀ ବା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ସାଧାରଣତଃ ଭାବେ ପ୍ରାକ ମୌସୁମୀ ଋତୁ ଓ ଶୀତ ଦିନେ ଏହି ରୋଗ ଦେଖାଯାଏ ।ଯଦି କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହା ବ୍ୟାପିବାର ସମ୍ଭାବନା ରହିଛି ।



https://socialnewsodiaofficial.blogspot.com