02/June/2022


📌


BY: SRINIBASH ROUT 

ଟାଟା ପାୱାରର ମନମାନି, ବିଦ୍ୟୁତ୍ ଉପଭୋକ୍ତା ହନ୍ତ ସନ୍ତ, ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ରିତିମତ ଲୁଟିବା ଚକ୍କରରେ ରହିଛି ଠିକା ସଂସ୍ଥା ଟାଟା ପାୱାର ।ଉପଭୋକ୍ତା ମାନଙ୍କୁ ମିଥ୍ୟା ବିଲ୍ ଓ ଅଧିକ ୟୁନିଟ୍ ଚଢ଼ାଇ ଅର୍ଥ ଲୁଟ୍ କରିବା ଆଜିର ଦିନରେ ନିତି ଦିନିଆ ଘଟଣା ରେ ପରିଣତ ହେଲାଣି ।ଏପରିକି ବିଦ୍ୟୁତ୍ ସଂଯୋଗ ହୋଇନଥିବା ଏବଂ ମିଟର୍ ଲାଗି ନଥିବା ଉପଭୋକ୍ତାଙ୍କ ନାଆରେ ଆସୁଛି ହଜାର ହଜାର ଟଙ୍କାର ବିଲ୍ ବିଲ୍ - ପୈଠ ନକଲେ ମିଳୁଛି ଧମକ୍। ଏହି ମିଥ୍ୟା ବିଲ୍ ସଂଶୋଧନ କରାଯିବାର ପ୍ରତିଶ୍ରୁତି ଦେଇ ଆଦାୟ କରାଯାଉଛି ପାର୍ଟ ପେମେଣ୍ଟ ।ହେଲେ ବିଲ୍ ପେମେଣ୍ଟ କରିବାର ଦୁଇ ମାସ ପରେ ମୂଳ ବିଲରୁ ପେମେଣ୍ଟ ହୋଇଥିବା ଟଙ୍କା କଟୁ ନଥିବା ଉପଭୋକ୍ତା ମାନଙ୍କୁ ସଂପ୍ରତି ଅଡ଼ୁଆ ରେ ପକାଇଛି।  


ଗତ ମାର୍ଚ୍ଚ ମାସରେ ଟାର୍ଗେଟ ଆଳରେ ପୁରୁଣା ବିଲ୍ ସଂଶୋଧନ ହୋଇଯିବାର ପ୍ରତିଶ୍ରୁତି ଦେଇ ଉପଭୋକ୍ତା ମାନଙ୍କ ଠାରୁ ଯେଉଁ ବିଲ୍ ଆଦାୟ କରିଥିଲେ ତାହା ଆଜି ଯାଏଁ ପେଣ୍ଟିଂ ହୋଇ ପଡ଼ିରହିଛି। ଅନ୍ୟପଟେ ବିଦ୍ୟୁତ୍ ସେବା ଯୋଗାଇ ଦେବାର ମଧ୍ୟ ଏହି ସ‍ଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ଯାହାକୁ ନେଇ ଦିନକୁ ଦିନ ତିବ୍ର ଅସନ୍ତୋଷ ଦେଖାଦେଇଛି। ଏହି ସଂସ୍ଥା ଠିକା ନେବା ପୂର୍ବରୁ ସେବା ଯାହା ଥିଲା ତାହା ମଧ୍ୟ ମିଳୁନି। ପରନ୍ତୁ ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ର ଶିକାର ହେବାକୁ ପଡ଼ୁଛି। କୈାଣସି କାରଣ ନଥାଇ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଏହି ବିଦ୍ୟୁତ୍ କାଟ କରାଯାଉଛି ଏବଂ ଫୋନ୍ କଲେ ମିଳୁଛି ମିଥ୍ୟା ଉତ୍ତର ।


ବିଦ୍ୟୁତ୍ ବିଲ୍ ବିଭ୍ରାଟକୁ ନେଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ନନ୍ଦପୁର ବଜାରରେ ବିଭାଗୀୟ ଅଧିକାରୀଙ୍କୁ ହଟହଟା ହେବାକୁ ପଡ଼ିଛି ।ଉପଭୋକ୍ତା ଓ ଭିଜିଲାନ୍ସ ଟିମ୍ ମଧ୍ୟରେ କଥା କଟାକଟି  ହେବା ସହିତ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅଟକ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି ।ଘଟଣାରୁ ପ୍ରକାଶ ଯେ ନନ୍ଦପୁର ବଜାରରେ ତାପସ ସାହୁ ନାମକ ଜଣେ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଦୁଇ ମାସ ତଳେ ନୂଆ ମିଟର୍ ଲଗାଇଥିଲେ ।ମିଟର୍ ରିଡିଂ କରୁଥିବା ବ୍ୟକ୍ତି ଜଣକ ମିଟରରେ ଦେଖାଯାଉଥିବା ୟୁନିଟ୍ ବାଦ୍ ଦେଇ ଅଧିକ ୟୁନିଟ୍ ର ବିଲ୍ ପ୍ରଦାନ କରିଥିଲେ ।ତାଙ୍କ ମିଟରରେ ୧୨୯ ୟୁନିଟ୍ ହୋଇଥିବା ବେଳେ ସଂପୃକ୍ତ ମିଟର୍ ରିଡର୍ ତାଙ୍କୁ ୨୬୪ ୟୁନିଟ୍ ର ବିଲ୍ ପ୍ରଦାନ କରିଥିଲେ ।ଏ ସଂକ୍ରାନ୍ତରେ ଉପଭୋକ୍ତା ତାଙ୍କୁ ପଚାରିବାରୁ ସେ ଯୁକ୍ତିତର୍କ କରିବା ସହ ୟୁନିଟ୍ ଓ ମିଟର୍ ବାବଦରେ ତମର କୈାଣସି ଜ୍ଞାନ ନଥିବା କହି କଥାକୁ ଏଡେ଼ଇ ଦେଇଥିଲେ। 


ଇତିପୂର୍ବରୁ ମିଟର୍ ରିଡର୍ ଜଣକ କମ୍ ୟୁନିଟ୍ ରିଡିଂ କରିବା ପାଇଁ ଉପଭୋକ୍ତା ଙ୍କୁ ହଜାର ଟଙ୍କା ର ଲାଞ୍ଚ ମାଗିଥିଲେ ।ଉପଭୋକ୍ତା ଜଣକ ନଦବାରୁ ଜାଣିଶୁଣି ଏପରି ମନମାନି କରିଥିବା କୁହାଯାଉଛି ।ଉକ୍ତ ରିଡିଂର ଏକ ସପ୍ତାହ ପରେ ହଠାତ୍ ଭିଜିଲାନ୍ସ ଟିମ୍ ସଂପୃକ୍ତ ଉପଭୋକ୍ତା ଙ୍କ ଘରେ ପହଞ୍ଚି ନାନାଦି ଚେକି‍ଂ କରିଥିଲେ। ଏହି ସମୟରେ ଉପଭୋକ୍ତା ଭିଜିଲାନ୍ସ ଟିମର ସଦସ୍ୟଙ୍କୁ ତାଙ୍କର ମିଟର୍ ରିଡିଂ ଓ ବିଲ୍ ସଂମ୍ପର୍କରେ ସୂଚନା ଦେବା ସହିତ କେଉଁଟା ଠିକ୍ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ଭିଜିଲାନ୍ସ ଟିମ୍ ଏହାର ସନ୍ତୋଷ ଜନକ ଉତ୍ତର କରିନପାରି ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର ଉପଭୋକ୍ତା ଜଣକ ନଛୋଟବନ୍ଧ ହୋଇଥିଲେ ବ୍ୟତିକ୍ରମ କରିଥିବା ମିଟର୍ ରିଡର୍ ଙ୍କୁ ସେଠାକୁ ଡାକିବାକୁ କହିଥିଲେ ।ହେଲେ ଭିଜିଲାନ୍ସ ଟିମ୍ ତିନି ଘଣ୍ଟା କାଳ ହେଟାଗୁଡି ପଡ଼ିବା ପରେ ।ବିଭାଗୀୟ ଏସ୍‌ଡିପିଓ ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଉପଭୋକ୍ତା ଙ୍କୁ ବୁଝାସୁଝା କରିଥିଲେ ।ବ୍ୟତିକ୍ରମ ହୋଇଥିବା ବିଲ୍ ସଂଶୋଧନ କରାଯିବ ବୋଲି କହିଥିଲେ ।ମାତ୍ର ଉପଭୋକ୍ତା ଜଣକ ସଂପୃକ୍ତ ମିଟର୍ ରିଡର୍ ଙ୍କୁ ଚାକିରୀରୁ ବହିଷ୍କାର କରିବା ଦାବି କରିଥିଲେ। ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଥିଲେ ମଧ୍ୟ କୈାଣସି ଲିଖିତ ପ୍ରତିଶ୍ରୁତି ଦେଇ ନଥିଲେ। ସେହିଦିନ ରାତିରେ ଝଡତୋଫାନ ଯୋଗୁଁ ବିଦ୍ୟୁତ୍ ସେବା ବନ୍ଦ୍ ରହିଥିଲା ।ଏହାର ସୁଯୋଗ ନେଇ ତାଙ୍କର ମିଟର୍ ବକ୍ସରୁ କେହି ଦୁବୁର୍ତ୍ତ ସିଲ୍ କାଟି ନେଇଥିଲେ ସେ ଦେଖିବାକୁ ପାଇବା ପରେ ବିଭାଗୀୟ ଅଧିକାରୀ ଏବଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସଂପୃକ୍ତ ମିଟର୍ ରିଡର୍ ନିଜ ଚାକିରି ବଞ୍ଚାଇବା ପାଇଁ ଏପରି କାରନାମା କରିଥିବା ସେ ସନ୍ଦେହ କରିଛନ୍ତି। ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।



https://socialnewsodiaofficial.blogspot.com