03/June/2022
📌
BY: SRINIBASH ROUT
କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ୍ ମଧ୍ୟ ହେଉଛି ।ହେଲେ ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ ।ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଲିସର ଚେକିଙ୍ଗ ବ୍ୟବସ୍ଥା ଢିଲା କାରଣରୁ ବେଫିକର ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି ।ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଖବର ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ପୁରୀ ରେଳ ଷ୍ଟେସନରୁ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆରପିଏଫ ପୋଲିସ। ସେମାନଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏହାର ଆନୁମାନିକ ବଜାର ମୁଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଆରପିଏଫ ପୋଲିସ କହିଛି।
ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ରାଜକୁମାର ବିନ୍ଧାଣୀ, ନଳିଳୀ ବିନ୍ଧାଣୀ ଓ ସୁଲୋଚନା ବିନ୍ଧାଣୀ। ପୁରୀରୁ ମଧ୍ୟପ୍ରଦେଶର ଅଶୋକ ନଗର ଯିବା ପାଇଁ ଏହି ୩ ଜଣ ଧଉଳୀ ଏକ୍ସପ୍ରେସକୁ ଚଢିବାକୁ ଯାଉଥିଲେ। ତେବେ ରେଳଷ୍ଟେସନ ମେନ୍ ଗେଟ୍ ରେ ଜଗିଥିବା ଆରପିଏଫ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଆରିପିଏଫ ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଲଗେଜ ବ୍ୟାଗ୍ ରେ ଗଞ୍ଜେଇ ଭର୍ତ୍ତି କରିଥିବାର ପୋଲିସ ଦେଖିବାକୁ ପାଇଥିଲା। ଲଗେଜ ବ୍ୟାଗରୁ ୩୭ କିଲୋ ଗଞ୍ଜେଇ ପୋଲିସ ଜବତ୍ କରିଥିଲା। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
https://socialnewsodiaofficial.blogspot.com
0 Comments