09/June/2022


📌


BY: SRINIBASH ROUT 

ଡେ଼ଙ୍ଗୁ ରୋଗର ମୂଳ କାରଣ ମଶା ।ଏଠାରେ ମାଓ ଦମନ ପାଇଁ ନିୟୋଜିତ ବିଏସଫ୍ ର କିଛି ଯବାନଙ୍କ ମଧ୍ଯରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏପରିକି ଯେଉଁ ମାନେ ଚିହ୍ନଟ ହୋଇଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ସଂଗରୋଧରେ ରହିବା ପାଇଁ କୁହାଯାଇଛି ବୋଲି ଜଣାପଡ଼ିଛି। ଲକ୍ଷ୍ମୀପୁର ବ୍ଲକ୍ ସଦର ର ୩ଟି ହରିଜନ ସାହି ରେ ଅନେକ ଲୋକେ ଜ୍ବର ରେ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ମଧ୍ୟ କିଛି ଲୋକଙ୍କୁ ଡେଙ୍ଗୁ ଜ୍ବର ହୋଇଥିବା ସାହି ଲୋକେ ପ୍ରକାଶ କରିଛନ୍ତି ।ସାହି ମାନଙ୍କରେ ଥିବା ଡ୍ରେନ୍ ଗୁଡ଼ିକରେ ପାଣି ନିଷ୍କାସନ ହୋଇ ପାରୁନଥିବାରୁ ପାଣି ଜମି ରହି ମଶା ବଂଶ ବୃଦ୍ଧି ପାଉଥିବା କାରଣରୁ ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଂକା ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଯେପରି ତତ୍ପରତା ଦେଖାଇବା କଥା ସେଭଳି ଦେଖିବାକୁ ମିଳିନି, ଯାହା ଫଳରେ ଆଗାମୀ ଦିନରେ ଲକ୍ଷ୍ମୀପୁର ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଂକା ଦେଖା ଦେଉଛି ।ଅନେକ ରୋଗୀ ଆକ୍ରାନ୍ତ ହୋଇ କୋରାପୁଟ ମେଡିକାଲ୍ କଲେଜ୍ କୁ ଚିକିତ୍ସା ପାଇଁ ଯାଇଥିବା ବେଳେ କିଛି ରାୟଗଡ଼ା ଯାଉଥିବା ଶୁଣିବାକୁ ମିଳୁଛି। ଜ୍ବର ରେ ଆକ୍ରାନ୍ତ ହୋଇ ହରିଜନ ସାହି ର ରିନା ଗରଡା ନାମକ ଯୁବତୀ ଗତକାଲି ଅର୍ଥାତ୍ ବୁଧବାର ୦୮ ତାରିଖ ଡ଼ାକ୍ତରଖାନା ରେ ମୃତ୍ୟୁବରଣ କରିବା ପରେ ଅଞ୍ଚଳରେ ଏକପ୍ରକାର କୋକୁଆ ଭୟ ସୃଷ୍ଠି ହୋଇଛି ।ଜ୍ବର ରେ ଆକ୍ରାନ୍ତ ମାନଙ୍କ ପ୍ଲେଟ୍ ରେଟ୍ କମି କମି ଯାଉଥିବା କାରଣରୁ ରୋଗୀ ଙ୍କ ସମ୍ପର୍କୀୟ ମାନେ ଏକ ପ୍ରକାର ଭୟରେ ରହୁଛନ୍ତି। ୩୬ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରେ ଅନେକ ରୋଗି ଜ୍ବର ରେ ପିଡିତ ହୋଇ ଚିକିସ୍ଚିତ ହେଉଥିବା ବେଳେ ବେଡ୍ ଖାଲି ରହୁନଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ଚିକିସ୍ଚା କରିବା ଜରୁରି ହୋଇପଡ଼ିଛି।

.............

ଡେ଼ଙ୍ଗୁ ରୋଗର ଲକ୍ଷଣ ହେଉଛି, ପ୍ରବଳ ଜ୍ୱର ସହ ଭୀଷଣ ହାତ ଓ ଗଣ୍ଠି ବିନ୍ଧା ହେବ । ଆଖି ଭିତରେ ଯନ୍ତ୍ରଣା ସହିତ ଦେହରେ ଲାଲ ଦାଗ ସୃଷ୍ଟି ହୋଇଥାଏ ।କେତେକ କ୍ଷେତ୍ରରେ ରୋଗୀଙ୍କ ଠାରେ ବାନ୍ତି ହେବାସହ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ ।




https://socialnewsodiaofficial.blogspot.com