08/June/2022
📌
BY: SRINIBASH ROUT
ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଟିପ୍ପଣୀ ଦେଉଥିବା ଇସଲାମୀ ଦେଶର ସଂଗଠନ (ଓଆଇସି) ଏବଂ ପାକିସ୍ଥାନକୁ ଭାରତ କଡ଼ା ଜବାବ ଦେଇଛି । ଓଆଇସିର ସଚିବାଳୟର ଦିଆଯାଇଥିବା ବୟାନକୁ ଭାରତ ସଂକୀର୍ଣ୍ଣ ମାନସିକତା ବୋଲି କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଦୁଃଖର ବିଷୟ ଯେ, ଓଆଇସି ସଚିବାଳୟ ପୁଣିଥରେ ଉତେଜନାମୂଳକ, ବିଭ୍ରାନ୍ତିକର କଥା କହିଛି ।ଏହା କେବଳ ନ୍ୟସ୍ତ ସ୍ୱାର୍ଥର ଆଦେଶରେ ଅନୁସରଣ କରାଯାଉଥିବା ବିଭାଜନକାରୀ ଏଜେଣ୍ଡାକୁ ପ୍ରକାଶ କରେ ।
ସଂଖ୍ୟାଲଘୁଙ୍କର ଅଧିକାର କ୍ଷୁର୍ଣ୍ଣ କରିବାରେ ପାକିସ୍ତାନ ସବୁଠାରୁ ଆଗରେ। ପାକିସ୍ତାନ ସବୁଠାରୁ ବଡ଼ ଉଲ୍ଲଂଘନାକାରୀ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚୀ।
https://socialnewsodiaofficial.blogspot.com
0 Comments