05/June/2022


📌


BY: SRINIBASH ROUT 

ଦିନକୁ ଦିନ ବର୍ଦ୍ଧିତ ବିଜୁଳି ଦର ଓ ସରକାରଙ୍କ କମ୍ପାନୀ ପ୍ରିତୀ ରେ ଅତିଷ୍ଠ ହେଉଛନ୍ତି ଜନସାଧାରଣ ।ଏହି ଅସନ୍ତୋଷ କୁ ଆୟୁଧ କରି ରାଜ୍ୟର ତୃଣ ମୁଳ ସ୍ତରରେ ପହଞ୍ଚିବାକୁ ଚେଷ୍ଟା କରୁଛି ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମି ପାର୍ଟୀ ।ଏହୀ କ୍ରମରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ କଡ଼ବ ଗ୍ରାମ ପଞ୍ଚାୟତ ମସଜିଦ ପ୍ରାଙ୍ଗଣ ରେ ଯୁବ ନେତା ଏସ୍. କେ.ଇସାବୁଲ୍ ତରଫ୍ଦାରଙ୍କ ଆବାହକତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ନିମନ୍ତ୍ରିତ ଅତିଥି ଶିଳ୍ପୀ କଳ୍ପତରୁ ପଣ୍ଡା ଉଦବୋଧନ ଭାଷଣ ପରେ,ବରିଷ୍ଠ ନାଗରିକ ଏସ. କେ ସୟଦ ତରଫ୍ଦାର୍ ଉତ୍କଟ ବେରୋଜଗାରୀ ସମସ୍ୟା ଓ ତାର ସମାଧାନ କ୍ଷେତ୍ରରେ ଆମ୍ ଆଦମି ପାର୍ଟୀ ର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶୁଭାଶିଷ ସ୍ୱାଇଁ ପାର୍ଟୀ ର ବିଭିନ୍ନ ଜନ ମଙ୍ଗଳ କାରୀ ଯୋଜନା ଓ ତାର ସଫଳ ଋପାୟନ ସମ୍ପର୍କରେ ସୁଚନା ଦେଈ ସମସ୍ତଙ୍କୁ ଚମତ୍କୃତ କରିଥିଲେ ।ଏହୀ ଅବସରରେ ପାର୍ଟୀ ର ସ୍ବଚ୍ଛ ଶାସନ ତଥା ଅରବିନ୍ଦ କେଜରିୱାଲଜିଙ୍କ ନେତୃତ୍ବ ରେ ଆକୃଷ୍ଟ ହୋଇ ଅସରଳା ଗ୍ରାମ ପଞ୍ଚାୟତର ଅକ୍ଷୟ ବଳିୟାର ସିଂହ ଯିଏକି ବୋଲଗଡ଼ ବ୍ଲକ୍ ବିଜେପି ଯୁବ ସମ୍ପାଦକ 

ସେ ନିଜର ସମର୍ଥକ ମାନଙ୍କ ସହ ଆମ୍ ଆଦମି ପାର୍ଟୀ ରେ ଯୋଗ ଦେଇ ଥିଲେ। ଉକ୍ତ ସଭାରେ ଅନୁଜ ସାହୁ, ଏସକେ ମୌଲା ତରଫ୍ଦାର୍, ଏସକେ ମୋଇସିନ୍ ତରଫଦାର୍ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖି ଥିଲେ। ଶେଷରେ ବରିଷ୍ଠ ନାଗରିକ ଏସକେ ଇସାକ୍ ତରଫଦାର୍ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।


....................

ତେବେ ଦିଲ୍ଲୀ ବିଦ୍ୟୁତ୍ ଉତ୍ପାଦନକାରୀ ରାଜ୍ୟ ନହୋଇ ବି ସେଠାକାର ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ୨୦୦ୟୁନିଟ୍ ବିଜୁଳି ପ୍ରଦାନ କରୁଛନ୍ତି। ସେହିପରି ଆପ୍ ଶାସିତ ପଞ୍ଜାବ ସରକାର ମଧ୍ୟ ୩୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରୁଛନ୍ତି ।



https://socialnewsodiaofficial.blogspot.com