03/June/2022


📌


BY: SRINIBASH ROUT

ରାଜ୍ୟରେ ଭୂମିହୀନ ଚାଷୀଙ୍କୁ ବଳ ଦେବ ବଳରାମ ଯୋଜନା ।ଭୂମିହୀନ ଚାଷୀଙ୍କୁ କୃଷି ଋଣ ଦେବାକୁ  'ବଳରାମ' ଯୋଜନା ଆରମ୍ଭ କରିଛନ୍ତି ସରକାର ।ତେବେ ଭୂମିହୀନ ଭାଗ ଚାଷି ମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବା ବେଳେ ଗଜପତିରେ ଏହା ଫେଲ୍ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବଳରାମରେ ଭୂମିହୀନ କୃଷକମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଲେ ଆବଶ୍ୟକ ଦସ୍ତାବିଜ ଦାଖଲ ପରେ ବ୍ୟାଙ୍କ୍ ଗୋଷ୍ଠୀ ପ୍ରତି ୧.୬ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।କୃଷକ ସାଥିମାନେ ନିଜ ପଞ୍ଚାୟତରେ ଚାରି ପାଞ୍ଚ ଜଣ ଚାଷୀଙ୍କୁ ନେଇ ଏହି ଗୋଷ୍ଠୀ ଗଠନରେ ସହାୟତା କରିଥାନ୍ତି। ପ୍ରତି ବ୍ୟକ୍ତିଙ୍କୁ ମିଳିତ ଦେଇ ଗୋଷ୍ଠୀ କୁ ଋଣ ଦେବା ପାଇଁ ନାବାର୍ଡ ଦ୍ବାରା ଧାର୍ଯ୍ୟ ଲକ୍ଷ ରଖାଯାଇ ଥାଏ। କ୍ଷେତ୍ର ପରିଦର୍ଶନ ପରେ ନିର୍ଦ୍ଧିଷ୍ଟ ଫର୍ମରେ ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ ମାନେ ଭାଗ ଚାଷୀଙ୍କୁ ଚାଷ ପ୍ରମାଣପତ୍ର ଦିଅନ୍ତି। ମିଳିତ ଦେୟ ଗୋଷ୍ଠୀର କୌଣସି ସଦସ୍ୟ ବ୍ୟାଙ୍କ୍ ଋଣ ଖିଲାପି ହୋଇ ନ ଥିବେ ବା ଗୋଟିଏ ପରିବାରର ସଦସ୍ୟ ହୋଇ ନ ଥିବେ। ଏହି ଭଳି ବଳରାମ ଯୋଜନାରେ ନିୟମ ରହିଥିବା ବେଳେ ଚାଷୀଙ୍କୁ ଏହି ବିଷୟରେ ସଚେତନତା ଓ ପ୍ରଚାର ପ୍ରସାର ଅଭାବରୁ ଏହି ଯୋଜନା ଗଜପତି ଜିଲ୍ଲାରେ ଫେଲ୍ ମାରିଥିବାର ଜଣା ପଡ଼ିଛି।


............................

ବଳରାମ ଯୋଜନାରେ ଜଣେ ଭାଗ ଚାଷୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବ ।କେବଳ ସମବାୟ ବ୍ୟାଙ୍କ୍  ନୁହେଁ, ଏବେ ଜାତୀୟକରଣ ବ୍ୟାଙ୍କ୍ ଜରିଆରେ ବି ଭାଗଚାଷୀଙ୍କୁ ଋଣ ମିଳିବ ।ରାଜ୍ୟରେ ୧୪ ହଜାର କୃଷକ ସାଥି ଅଛନ୍ତି ।ସରକାରଙ୍କ ଉଦେଶ୍ୟ ଭାଗ ଚାଷୀ ବା ଭୂମିହୀନ ଏବଂ ଯେଉଁମାନେ ଋଣରୁ ବଂଚିତ ହୋଇଛନ୍ତି, ସେମାନଙ୍କୁ ଋଣ ଯୋଗାଇବା ।କୋରୋନା ମହାମାରୀ ଯୋଗୁଁ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କୃଷି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।


ନାବାର୍ଡାର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ କହିଛନ୍ତି, ସରକାରଙ୍କ ଏହି  ଯୋଜନା ଅନ୍ୟ କୌଣସି ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ ।ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ  ମଡେଲ୍  ହେବ" ।



https://socialnewsodiaofficial.blogspot.com