10/June/2022
📌
BY: SRINIBASH ROUT
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ର ସହକାରୀ ଶିକ୍ଷା ଅଧିକାରୀ (ABEO) ବିପିନ୍ ବିହାରୀ ସିଂହ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ।ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ତାଙ୍କର ଦରମା ରିଲିଜ୍ କରାଇଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲ। ପରେ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ।ଏହି ଘଟଣାକୁ ନେଇ ବର୍ତ୍ତମାନ ଭିଜିଲାନ୍ସ ଟିମ୍ ତାଙ୍କୁ ଅଧିକ ପଚରାଉଚରା କରୁଛି ।ମିଳିଥିବା ସୁଚନା ପଲ୍ଲୀପଟଣା ସ୍ଥିତ ଭାଗବତ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କ ଦରମା କରେଇ ଦେବା ପାଇଁ ବିପିନ୍ ବିହାରୀ ସିଂହ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ ।ଦାବି ମୁତାବକ ଆଜି ଅର୍ଥାତ୍ ଶୁକ୍ରବାର ୧୦ ତାରିଖ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରା ପଡ଼ିବା ସହ ତାଙ୍କର ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବା ସୂଚନା ମିଳୁଛି ।
https://socialnewsodiaofficial.blogspot.com
0 Comments