06/June/2022
📌
BY: SRINIBASH ROUT
ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ଥାନା ଅଧିନ ଗୋପିନାଥପୁର ନୂଆସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରର ତପନ ଖୁଣ୍ଟିଆ, ଶାସନ ଦାମୋଦରପୁରର ଭୂଆ ଓରଫ ସନ୍ତୋଷ ଦାଶ, ନାରାୟଣ ଦାଶ। ସେହିପରି ଦାଦାବଟି ମାଗିବା ଅଭିଯୋଗରେ ଖଣ୍ଡିଆବନ୍ଧର ଗୋରା ମଲ୍ଲିକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଦୁଇଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଲୁହାରଡ ସହ ୯୫୦ଟଙ୍କା ଜବତ୍ କରିଛି। ଜାତୀୟ ରାଜପଥରେ ଜାତାୟତ କରୁଥିବା ପଥଚାରୀ ମାନଙ୍କୁ ଏହି ଅଭିଯୁକ୍ତ ମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଡକାୟତି ଉଦ୍ୟମ କରୁଥିଲେ। ତେବେ ଖବର ପାଇ ପୁରୀ ସଦର ଥାନା ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଆଜି ଅର୍ଥାତ୍ ସୋମବାର ୦୬ ତାରିଖ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି।
https://socialnewsodiaofficial.blogspot.com
0 Comments