04/June/2022
📌
BY: SRINIBASH ROUT
ବିଶ୍ବବିଦ୍ୟାଳୟରେ ନିଯୁକ୍ତି ହେବେ ଅବସରପ୍ରାପ୍ତ କର୍ମଚାରୀ। ଖାଲିଥିବା ଅଣଶିକ୍ଷକ ପଦରେ ସରକାରୀ/ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିପାରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିରେନ୍ଦ୍ର କୋରକୋରା ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କର୍ମଚାରୀ ଅଭାବ ଯୋଗୁଁ ବିଶ୍ବବିଦ୍ୟାଳୟ ପରିଚାଳନା କରିବା କଷ୍ଟ ହେଉଛି। ତାହାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟରେ ସର୍ବାଧିକ ୨୦ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇପାରିବ ।ସେକ୍ସନ ଅଧିକାରୀ, କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ଷ୍ଟୋର କିପର, ଗ୍ରନ୍ଥାଗାରିକ ଭଳି ପଦ ସହ ଗ୍ରୁପ୍ ଡିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ଦେଇପାରିବେ। ସାଧାରଣ ପ୍ରଶାସନ ନିୟମ ଅନୁସାରେ ଏହି ନିଯୁକ୍ତି ଦିଆଯିବ ।ଅର୍ଥ ବିଭାଗର ଧାର୍ଯ୍ୟ ଦେୟ ମୁତାବକ ସେମାନଙ୍କୁ ପାରିଶ୍ରମିକ ମିଳିବ। ଏହି କର୍ମଚାରୀଙ୍କ ନିଯୁକ୍ତି ଅସ୍ଥାୟୀ ଭାବେ ଏକ ବର୍ଷ କିମ୍ବା ନୂଆ ନିୟମିତ କର୍ମଚାରୀ ନିଯୁକ୍ତି ପର୍ଯ୍ୟନ୍ତ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
https://socialnewsodiaofficial.blogspot.com
0 Comments