06/June/2022


📌


BY: SRINIBASH ROUT 

ବିଦେଶ ଯିବେ ନବୀନ ।ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି ।ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଇନଭେଷ୍ଟର୍ସ ମିଟରେ ଯୋଗଦେଇ ନବୀନ ନିବେଶକମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ କରିବାକୁ ଅନୁରୋଧ କରିବେ ।ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଆନ୍ କନସଲେଟ୍ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।ସେହିଦିନ ସନ୍ଧ୍ୟାରେ ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ପ୍ରବାସୀ ଓଡିଆମାନଙ୍କ ଏକ କାର୍ଯ୍ୟକ୍ରମରେ ବି ଯୋଗ ଦେବେ ନବୀନ ।

ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଉଥିବା ଜଣାପଡ଼ିଛି ।ଏନେଇ ଆପାତତଃ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।ତେବେ ବିଧିବଦ୍ଧ ଭାବେ ସିଏମ୍ ଅଫିସ୍ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ୨୦୧୨ ମେ ରେ ଶେଷ ଥର ପାଇଁ ନବୀନ ଲଣ୍ଡନ ବିଜନେସ୍ ମିଟରେ ଯୋଗ ଦେଇଥିଲେ ।ସେପଟେ ଆଜି ଅର୍ଥାତ୍ ସୋମବାର ୦୬ ତାରିଖ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଛି ।ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ସୁଦାମ ମାରାଣ୍ଡିଙ୍କ ସହ ୧୦ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।କେବଳ ବିକ୍ରମ ଆରୁଖଙ୍କୁ ଛାଡ଼ି ବାଦ୍ ପଡ଼ିଥିବା ସମସ୍ତ ବିଦାୟୀ ମନ୍ତ୍ରୀ ଭେଟିବା ପରେ ସଂଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିବା ସୂଚନା ମିଳିଛି ।୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବା ବିଦାୟୀ ମନ୍ତ୍ରୀ ସୂଚନା ଦେଇଛନ୍ତି । 



https://socialnewsodiaofficial.blogspot.com