09/June/2022
📌
BY: SRINIBASH ROUT
ପାରିବାରିକ କଳହର କରୁଣ ପରିଣତି ଆଜି ରାଜଧାନୀରେ ଦେଖିବାକୁ ମିଳିଛି ।ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲା। ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା ବାପା ।ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ବାପା ଫେରାର ଥିବା ଜଣାପଡ଼ିଛି ।ଅଭିଯୁକ୍ତକୁ ଧରିବା ପାଇଁ ଭରତପୁର ପୋଲିସ ଛାନଭିନ୍ ଜାରି ରଖିଛି ।ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ୍ କରିଛନ୍ତି ।ଡିସିପିଙ୍କ କହିବା ମୁତାବକ, ‘ଘାଟିକିଆ ଅଞ୍ଚଳରେ ହତ୍ୟାକାଣ୍ଡ ନେଇ କଣ୍ଟ୍ରୋଲ ରୁମକୁ ଖବର ଆସିଥିଲା ।ଘଟଣାସ୍ଥଳରେ ପିସିଆର ପହଞ୍ଚି ଜାଣିବାକୁ ପାଇଲା କି ଅଭିଯୁକ୍ତ ସଞ୍ଜୀବ ଦାଶ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିଛି ।ସଞ୍ଜୀବ ନିଜ ପରିବାର ସହ ସେଠାରେ ରହୁଥିବା ବେଳେ ଆଜି ଅର୍ଥାତ୍ ଗୁରୁବାର ୦୯ ତାରିଖ ଘରୁ ଶବ୍ଦ ଶୁଣାଯାଇଥିଲା ।ଆଖପାଖର ଲୋକ ଘରେ ଭିତରେ ସଞ୍ଜୀବଙ୍କ ପତ୍ନୀ ସରସ୍ୱତୀ ଦାଶଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।ତାଙ୍କର ୬ ବର୍ଷର ଝିଅ ମଧ୍ୟ ଗୁରୁତର ଆହତ ହୋଇଥିଲେ ।’
ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ। ତାଙ୍କ ସ୍ୱାମୀଙ୍କ ନାଁ ସଞ୍ଜୀତ ଦାସ। ସେ ଫେରାର ହୋଇଯାଇଛନ୍ତି। ସଞ୍ଜୀତ ଦାସଙ୍କ ପରିବାର ଆର୍ଥିକ ଭାବେ ବେଶ୍ ସ୍ୱଚ୍ଛଳ। ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି। ମାତ୍ର ଅଭିଯୁକ୍ତ ସ୍ୱାମୀ ସଞ୍ଜୀତ ନିଜେ କିଛି ରୋଜଗାର କରୁ ନ ଥିବା ବେଳେ ସବୁବେଳେ ନିଶାଗ୍ରସ୍ତ ରହୁଥିଲେ, ସଂଜିତ ଙ୍କ ରୋଜଗାର ନଥିବା ବେଳେ ସ୍ତ୍ରୀଙ୍କ ପଇସାରେ ଘର ଚଳୁଥିଲା ।ଗତକାଲି ଅର୍ଥାତ୍ ବୁଧବାର ୦୮ ତାରିଖ କୌଣସି କାରଣରୁ ଦୁହେଁଙ୍କ ଭିତରେ ଝଗଡ଼ା ହୋଇଥିଲା ।ଏହା ପରେ ସଂଜିତ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସୂଚନା ଦେଇଛନ୍ତି ଡିସିପି ।
https://socialnewsodiaofficial.blogspot.com
0 Comments