05/June//2022
📌
BY: SRINIBASH ROUT
ବେଦର ଆବଶ୍ୟକତା ସମ୍ପର୍କିତ ଏକ ଆଲୋଚନା ଚକ୍ର ବାଙ୍ଗାଲୋରସ୍ଥିତ ଖାତିସମ୍ପନ୍ନ ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ଉପଦେଷ୍ଠା ଭି. ବାବୁଭିଜୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ଆନ୍ଧ୍ର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ଼. ଜେ ହରିଦୁଶ ଉଦ୍ଘାଟନ କରିଥିଲେ ।
ଏଥିରେ ଅତିଥି ଭାବେ ବିଭିନ୍ନ ଦେଶର ପ୍ରତିନିଧି ସମେତ କଣ୍ଣାଟକ ଓ ଚେନେଇର ବହୁ ବିଚାରପତି, ବୁଦ୍ଧିଜୀବୀ, ଡ଼ାକ୍ତର, ଇଞ୍ଜିନିୟର, ଅଧିବକ୍ତା ଓ ମୁରବୀ ସାମିଲ୍ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।
https://socialnewsodiaofficial.blogspot.com
0 Comments