03/June/2022
📌
BY: SRINIBASH ROUT
‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଜୁନ୍ ୩ ତାରିଖ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ବିଶ୍ୱ ସାଇକେଲ ଦିବସରେ ବିଶ୍ୱବ୍ୟାପୀ ସାଇକ୍ଲୋଥନ ଓ ସଚେତନତା ଶିବିର ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।ସାଇକେଲ ଚଳାଇବା ଦ୍ୱାରା ନା କେବଳ ସ୍ୱାସ୍ଥ୍ୟ ଭଲ ରୁହେ ବରଂ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ ।ଆଜି ଅର୍ଥାତ୍ ଶୁକ୍ରବାର ୦୩ ତାରିଖ ବିଶ୍ୱ ସାଇକେଲ ଦିବସ ଅବସରରେ ବିଶ୍ୱ ବ୍ୟାପୀ ସାଇକ୍ଲୋଥନ ଓ ବିଭିନ୍ନ ସଚେତନତା ଶିବିରର ଆୟୋଜନ କରାଯାଉଛି ।ଏହିକ୍ରମରେ ରାଉରକେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ସାଇକେଲ ଦିବସ ।ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନର, ପାନପୋଷ ଉପ ଜିଲ୍ଲାପାଳ ଏବଂ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଏକାଠି ହୋଇ ସାଇକେଲ ଦିବସ ପାଳନ କରିଛନ୍ତି ।ଏଥିସହ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହି ସାଇକେଲ ଶୋଭାଯାତ୍ରାକୁ ଶ୍ରୀମନ୍ଦିର ନିକଟରୁ ପୁରୀ ଷ୍ଟାଡିୟମ୍ ଅଭିମୁଖେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ପରେ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥି ମାନେ ସାଇକେଲ ଚାଳନାର ଉପକାରିତା ଓ ଶରୀରକୁ ସୁସ୍ଥ ରଖିବାରେ ସାଇକେଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏନ୍ ଏସ୍ ଏସ୍ ଅଫିସର ଶ୍ରୀ ସୁକାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ ।ଏହି ଅବସରରେ କ୍ରୀଡ଼ାବିତ ଶ୍ରୀ ମନୋଜ କୁମାର ପ୍ରଧାନ ଓ ଶ୍ରୀ ଶଶି ଭୂଷଣ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
https://socialnewsodiaofficial.blogspot.com
0 Comments