08/June/2022


📌


BY: SRINIBASH ROUT 

ନାଇଟ୍ ପାଟ୍ରୋଲିଂ ସମୟରେ ୩ଜଣ କୁଖ୍ୟାତ ସୁପାରୀ କିଲରକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ାର ସୁପାରୀ କିଲର ।କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ କବଜାରେ ତିନି ଜଣ ସୁପାରୀ କିଲର ।ହତ୍ୟା ପୂର୍ବରୁ ମାଡ଼ିବସିଲା ପୋଲିସ ।କେନ୍ଦ୍ରାପଡ଼ାରୁ ଦୁଇ ସୁପାରୀ କିଲରଙ୍କୁ ଭୁବନେଶ୍ବର ଡ଼କାଇ ହତ୍ୟା କରିବାକୁ ଷଡଯନ୍ତ୍ର ରରିଥିଲା ତୃତୀୟ କିଲର ।ଏମାନଙ୍କ ନିକଟରୁ ୧୩ଟି ଜୀବନ୍ତ ଗୁଳି, ଦୁଇଟି ବନ୍ଧୁକ ଜବତ୍ କରିଛି ପୋଲିସ ।ଏମାନେ କେନ୍ଦ୍ରାପଡ଼ାରୁ ଭୁବନେଶ୍ବରକୁ ଆସି ହତ୍ୟା କରିଥାନ୍ତେ ।ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ହୋଇଥିଲା ବ୍ଲୁପ୍ରିଣ୍ଟ ।ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ ଏବଂ ଦୀପୁ ଓରଫ ଦିପ୍ତୀରଞ୍ଜନ ଜେନା ଉଭୟଙ୍କୁ ସୁନ୍ଦରପଦା ଜେନା ସାହିରୁ ସନ୍ତୋଷ ମାର୍ଥା ଡ଼କାଇଥିଲା ।ସନ୍ତୋଷ ମାର୍ଥାର କିଛି ବ୍ୟବସାୟିକ ଶତ୍ରୁତା ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଦୁଇ ସୁପାରୀ କିଲରଙ୍କୁ ଡକାଇଥିଲା ।ଏକ ଧଳା ରଙ୍ଗର ବାଇକରେ ଆସୁଥିବା ଖବର ପାଇ ଜଟଣୀ ଅଞ୍ଚଳରୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି ।ଦୀପୁ ଓ ବିକ୍ରମ ନାଁରେ କେନ୍ଦ୍ରାପଡ଼ାରେ ଗୋଟିଏ ହତ୍ୟା ମାମଲା ରହିଥିଲା ।ସେହିଦିନଠାରୁ ସେମାନେ ଫେରାର ଥିଲେ ।କେନ୍ଦ୍ରାପଡ଼ା ପୋଲିସ ଓ କମିଶନରେଟ୍ ପୋଲିସ ମିଳିତ ଭାବେ ଏହି ସୁପାରୀ କିଲରଙ୍କୁ ନେଇ ଅଧିକ ତଦନ୍ତ କରିବ ।ରିମାଣ୍ଡରେ ନେଇ ଏମାନଙ୍କ ନେଟଓ୍ବର୍କକୁ ଟ୍ରାକ୍ କରିବାକୁ ଚାଲିଛି ଯୋଜନା ।



https://socialnewsodiaofficial.blogspot.com